ପ୍ରମୂଖ ଖବର
  • ଜାଡ଼ରେ ଥରିଲା ଓଡ଼ିଶା, ଖସିଲା ପାରଦ: ୧୬ ଯାଏ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଜମ୍ମୁ-କାଶ୍ମୀରର ବୁଡଗାମରେ ଆତଙ୍କୀ ହମଲା , ୨ ଗୁରୁତର ଶ୍ରମିକ ହସ୍ପିଟାଲରେ ଭର୍ତ୍ତି

Published By : Prameya | November 1, 2024 10:06 PM

ଜମ୍ମୁ : ଜମ୍ମୁ-କାଶ୍ମୀରରେ ପୁଣି ଶ୍ରମିକଙ୍କୁ ଆତଙ୍କୀ ହମଲା। ବୁଡଗାମ ଜିଲ୍ଲାର ମଗମ ଅଞ୍ଚଳରେ ଅଣ-କାଶ୍ମୀରୀ ଶ୍ରମିକଙ୍କୁ ଗୁଳି କରିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଆଧାରରେ , ଆତଙ୍କବାଦୀମାନେ ୨ଅଣ-କାଶ୍ମୀର ଶ୍ରମିକଙ୍କ ଉପରେ ଗୁଳି କରିଛନ୍ତି। ଘଟଣା ପରେ ତୁରନ୍ତ ପ୍ରତିକ୍ରିୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। 

ଆଜତକ୍‌ରେ ପ୍ରକାଶିତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ସାହନପୁରରେ ରହୁଥିବା ଉସ୍ମାନ ମଲିକଙ୍କ ପୁତ୍ର (୨୦ ବର୍ଷିୟ) ଏମ୍ ଜୁଲଫାନ ମଲିକ ଓ ସୁଫିଆ (୨୫ବର୍ଷିୟ) ପୁତ୍ର ଏମ ଇନାମ ଇଲିୟାସଙ୍କ ଠାରେ ଗୁଳି ବାଜିଛି। ଉସ୍ମାନଙ୍କୁ ଡାହାଣ ହାତରେ ଆଘାତ ଲାଗିଛି ଏବଂ ସୁଫିୟାନଙ୍କ ଡାହାଣ ପାଦରେ ଆଘାତ ଲାଗିଛି। ଦୁହେଁ ଜଳ ଶକ୍ତି ବିଭାଗରେ ଡେଲି ୱେଜେଜ୍‌ ଭାବେ କାମ କରୁଥିଲେ। ଉଭୟ ଶ୍ରମିକଙ୍କୁ ବନ୍ଧୁକର ଗୁଳି ବାଜିଛି। ସେମାନଙ୍କ ସ୍ଥିତି ସ୍ଥିର ଥିବା କୁହାଯାଉଛି। ଉଭୟ ଗୁରୁତର ଶ୍ରମିକଙ୍କୁ ଜେଭିସି ହସ୍ପିଟାଲ ବେମିନାରେ ଭର୍ତ୍ତି କରାଯାଇଛି। 

କହି ରଖୁଛୁ କି , ଏହା ପ୍ରଥମ ଥର ନୁହେଁ , ଯାହାକି ଜମ୍ମୁ-କାଶ୍ମୀରରେ ଅଣ-କାଶ୍ମୀରୀଙ୍କ ଉପରେ ଫାୟାରିଂ ହୋଇଛି। ଏହା ପୂର୍ବରୁ ମଧ୍ୟ ଅନେକ ଥର ଅଣ-କାଶ୍ମୀରୀ ନାଗରିକଙ୍କୁ ଆତଙ୍କବାଦୀ ମାନେ ଟାର୍ଗେଟ୍‌ କରିଛନ୍ତି। ଗତ ସପ୍ତାହରେ ବଟାଗୁଣ୍ଡ ତ୍ରାଳରେ ହୋଇଥିବା ଫାୟାରିଂରେ ଜଣେ ବ୍ୟକ୍ତି ଆହତ ହେବାର ଖବର ଆସିଥିଲା। ଆଜିର ଘଟଣାକୁ ମିଶାଇ ସେଠାରେ ଏହା ୪ର୍ଥ ମାମଲା ଏମିତି ଘଟିଛି, ଯେଉଁଥିରେ କେବଳ ଅଣ-କାଶ୍ମୀରୀଙ୍କୁ ଟାର୍ଗେଟ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.