ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଯାତ୍ରା ସିଂହ ବାହିନୀକୁ ଭରସା ଜଗନ୍ନାଥ, ସେବେ କାହ୍ନା- ଏବେ ପିୟୁଷ

Published By : Prameya | March 5, 2025 9:27 PM

ଭୁବନେଶ୍ବର, ୫/୩ : ‘ଯାତ୍ରା ସିଂହ ବାହିନୀ’ ଏ ନାଁ ଏବେ କାହାକୁ ଅଛପା ନାହିଁ । ଜୁଆଡ଼େ ଦେଖିବୁ ଖାଲି ଚର୍ଚ୍ଚା ଯାତ୍ରା ସିଂହ ବାହିନୀ । କାରଣ ଗତ କିଛି ଦିନ ହେବ ପ୍ରଯୋଜକ ଏବଂ କଳାକାର ବିବାଦକୁ ନେଇ ଗାଁଠୁ ସହର ଚାରିଆଡ଼େ ଚର୍ଚ୍ଚା । ପ୍ରଯୋଜକ ଏବଂ କଳାକାର ମଧ୍ୟରେ ଟଙ୍କା ନେଣ ଦେଣକୁ ନେଇ ଏହି ବିବାଦର ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆରେ ଏହାକୁ ନେଇ ବିବାଦ ଦେଖାଦେଲା ଆଉ ଜାହାର ଅନ୍ତ ବୁଧବାର ନ୍ୟୁଜ ୭ର ଟିଭି ଷ୍ଟୁଡିଓରେ ହେଲା । କନ୍ଦାକଟା ହେଲା, କୋଳାକୋଳି ହେଲେ । ସବୁର ସମାଧାନ ହେଲା । କିନ୍ତୁ ଏହାରି ଭିତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା । ସବୁରି ମୂଳରେ ଜଗନ୍ନାଥଙ୍କୁ ରଖାଯାଇଛି । 

ପ୍ରଥମେ ଯାତ୍ରା ସିଂହ ବାହିନୀ ଆରମ୍ଭ ଦିନରେ ଏକ ବିବାଦ ସାମ୍ନାକୁ ଆସିଥିଲା । ଯେଉଁଠି ଜଗନ୍ନାଥଙ୍କୁ ନେଇ ଦେଖାଦେଇଥିଲା ବିବାଦ । ମଞ୍ଚରେ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ କରିଥିଲେ ଯାତ୍ରା ଅଭିନେତା କାହ୍ନା ସ୍ୱାଇଁ । ପରେ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଯାତ୍ରା ସିଂହବାହିନୀର ନାଟକ ଥିଲା ‘ବଡ଼ ବେଦରଦୀ କଳା ସାଆନ୍ତ’ । କଳାକାର କାହ୍ନା ସ୍ୱାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ନାଟକରେ ଅଭିନେତା କାହ୍ନା ସ୍ୱାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେହରୁ ଫୁଲ ମାଳ ଫୋପାଡ଼ି କାନ୍ଧରେ କାନ୍ଧେଇ ନେବା ତ ଆଉ କେଉଁଠି ଜଗନ୍ନାଥଙ୍କୁ ତଳେ ଶୁଆଇ କପଡ଼ାରେ ବାନ୍ଧିକି ନେବା ଭଳି କିଛି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଓଡ଼ିଶାର କୋଟି କୋଟି ଭକ୍ତଙ୍କ ହୃଦୟକୁ ଏହା ଶକ୍ତ ଆଘାତ ଦେଇଥିଲା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏହା ଘୋର ଅପମାନ ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଥିଲା ।  ଯାହାପରେ ଏହି ଯାତ୍ରାପାର୍ଟି ଚର୍ଚ୍ଚାରେ ରହିଥିଲା । 

ସେବେ ବି ଜଗନ୍ନାଥଙ୍କୁ ନେଇ ବିବାଦ କରିଥିଲା ଯାତ୍ରା ସିଂହବାହିନୀ । ଆଉ ଏବେ ପୁଣି ଥରେ ଜଗନ୍ନାଥ ମନ୍ଦିରର କଥା କହି ପ୍ରଯୋଜକ ସାମ୍ନାକୁ ଆସିଥିଲେ । କିନ୍ତୁ ଏଥର କାହ୍ନା ନୁହେଁ ବରଂ ପିୟୁଷଙ୍କୁ ସାମ୍ନାକୁ ଆଣିଥିଲେ । ସବୁଠି ସେହି ଜଗନ୍ନାଥ । ପ୍ରଥମେ ଏହା ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିଲା । ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି କହିଥିଲେ, ପିୟୁଷ ବାବୁ ଖଣ୍ଡଗିରି ମେଳାରେ ମୋ ସହ ପୁରୀ ଯାଇ ସେଠାରେ ପ୍ରତିଜ୍ଞା କରିଥିଲେ । ମୋ ପାଖରେ ପ୍ରତିବର୍ଷ ୭୦ଲକ୍ଷରେ ଚୁକ୍ତି କରିଥିଲେ । ବର୍ତ୍ତମାନ ଇଜ୍ଜତର କଥା ମୋର । ମୋ ସମ୍ମାନକୁ ଯଦି ବାଧେ ମୁଁ କ’ଣ ବି କରିପାରେ । ସ୍ନାନବେଦୀରେ ବସି ମିଛ କହୁଛନ୍ତି ପିୟୁଷ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । 

ଏଥିରେ ଯଦି ଆମେ ନଜର ପକାଇବା ତେବେ ଗୋଟିଏ କଥା ଦେଖିବା ଜଗନ୍ନାଥ । ସବୁଠି ଜଗନ୍ନାଥଙ୍କୁ ଅଣାଯାଇଛି । ଆମେ ଦେଖିଛେ ସିନେମାର ପ୍ରମୋଶନ ପାଇଁ ପ୍ରଯୋଜକମାନେ କଣ୍ଟେ୍ରାଭର୍ସିକୁ ଢାଲ କରନ୍ତି । ମାତ୍ର ଏବେ ଯାତ୍ରାରେ ସଞ୍ଜିବ ପାଢୀ ଏହି ଧାରାକୁ ଆପଣାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜଗନ୍ନାଥଙ୍କୁ ସାମ୍ନାକୁ ଆଣି ଏହି କଣ୍ଟେ୍‌ରାଭର୍ସି ସୃଷ୍ଟି କରି ମାଇଲେଜ୍ ନେଉଛନ୍ତି ବୋଲି ଲୋକେ କହୁଛନ୍ତି । ଆଉ ସାଧାରଣରେ ଆଲୋଚନା ହେଉଛି ଯାତ୍ରା ସିଂହ ବାହିନୀକୁ ଭରସା ଜଗନ୍ନାଥ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.