ପୁରୀ,୧୪/୦୮: ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ  ବ୍ୟବସାୟ । ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି ନେଇ ବିବାଦ  ଥମି ନଥିବା ବେଳେ ଏଥର  ଜଗନ୍ନାଥଙ୍କ ନାମରେ ପିଜା ବିକ୍ରି  କରୁଛି ଇସ୍କନ । ଏହାକୁ ପ୍ରମୋଟ  କରୁଛନ୍ତି ୟୁଟ୍ୟୁବର ଅତୁଳ  କ୍ରିଷ୍ଣା । ସେ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହାକୁ ଶେୟାର  କରିଛନ୍ତି । ଏହି ପ୍ରମୋସନରେ  ୟୁଟ୍ୟୁବର ମହାପ୍ରସାଦ ବୋଲି  ମଧ୍ୟ କହୁଛନ୍ତି । 


ତେବେ ଇସ୍କନ ଜଗନ୍ନାଥଙ୍କ ନାମ, ଜଗନ୍ନାଥ ସଂସ୍କୃତିକୁ ସବୁ ସମୟରେ ଯେପରି କଦର୍ଥ କରୁଛି ତାହା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଇସ୍କନ ଅବଲମ୍ବୀ ୟୁଟ୍ୟୁବର ଅତୁଳ କ୍ରିଷ୍ଣା ଚଳିତ ବର୍ଷ ରଥଯାତ୍ରା ବେଳେ ରଥ  କର୍ଡନରେ ପଶିଥିଲେ ଓ ଭିଡିଓ  କରୁଥିବା ଦେଖିବାକୁ ମିଳିଥିଲା ।