ଗୋପାଳପୁର, ୧୧/୦୬: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ବିଶ୍ଵବିବ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ବୁଧବାର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭୋରୁ ଠାକୁରଙ୍କ ନୀତିରୀତିରେ ପୂଜାର୍ଚ୍ଚନା କରିବା ପରେ ସ୍ନାନ ମଣ୍ଡପକୁ ପହଣ୍ଡି କରାଇ ନେଇଥିଲେ। ସେଠାରେ କର୍ତ୍ତା ଭାବେ ବିନୋଦ ଚନ୍ଦ୍ର ରଥ, ପୁରୋହିତ ଭାବେ ରାଧାକୃଷ୍ଣ ଶତପଥୀ, ସୁରେନ୍ଦ୍ର ଦାଶ, ଭେଙ୍କେଟେଶ୍ୱର ଭୂକ୍ତା , ପ୍ରସନ୍ନ କୁମାର ପାଢ଼ୀ,ଗୋବିନ୍ଦ ଶତପଥୀ,ରବି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ।
ପରେ ଗନ୍ଧ ଶୁଣ୍ଠି, ବେଣା ଚେର, ଅଗୁର, ଚନ୍ଦନ, ଶ୍ରୀ କର୍ପୁର ଆଦି ସୁଗନ୍ଧ ମିଶ୍ରିତ ୧୦୮ କଳସରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା। କମିଟି ପକ୍ଷରୁ ସତ୍ୟ ନାରାୟଣ ପଣ୍ଡା, ଯୁବା ପଣ୍ଡା, ଶିବ ପାଣିଗ୍ରାହୀ, ନାରାୟଣ ପଣ୍ଡା, ନରସିଂହ ପଣ୍ଡା, କୈଳାସ ଗୌଡ, ଦିଲୀପ ରାଉତ ପ୍ରମୁଖ ସୋହଯୋଗ କରିଥିଲେ। ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ଉପସ୍ଥିତ ଥିଲେ।