ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ବହୁ ଜଲଦି ଉପରାଷ୍ଟ୍ରପତି ଭବନ ଖାଲି କରିବେ ଜଗଦୀପ ଧନଖଡ଼; ନେଉଛନ୍ତି ଆଗୁଆ ପଦକ୍ଷେପ

Published By : Bijay Swain | July 23, 2025 6:43 PM

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ଦିନ ସ୍ୱାସ୍ଥ୍ୟ କାରଣରୁ ଅଚାନକ ଇସ୍ତଫା ଦେଇଥିବା ପରେ ବହୁ ଜଲଦି ଉପରାଷ୍ଟ୍ରପତି ଭବନ ଖାଲି କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ସୂତ୍ର ଅନୁସାରେ, ଧନଖଡ଼ ଇସ୍ତଫା ମଞ୍ଜୁର ହେବା ପୂର୍ବରୁ ହିଁ ସରକାରୀ ନିବାସରେ ଥିବା ନିଜ ସାମଗ୍ରୀ ପ୍ୟାକ୍ କରିବା ଆରମ୍ଭ କରି ଦେଇଛନ୍ତି।

ଏହା ସହିତ, କେତେକ ବିରୋଧୀ ଦଳର ନେତା ଯଥା ଶିବସେନାର ସଂଜୟ ରାଉତ ଏବଂ ଏନସିପି ମୁଖ୍ୟ ଶରଦ ପାଓ୍ଵାର ମଙ୍ଗଳବାର ଧନଖଡ଼ଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ, କିନ୍ତୁ ସେମାନଙ୍କୁ ସମୟ ମିଳି ନଥିଲା। ୭୪ ବର୍ଷୀୟ ଧନଖଡ଼ ୨୦୨୨ ମସିହାରୁ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିବାର ଥିଲା। ତାଙ୍କର ଏହି ଅଚାନକ ଇସ୍ତଫା ରାଜନୈତିକ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଧନଖଡ଼ଙ୍କ ଇସ୍ତଫା ପତ୍ରରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ନିଜ କାର୍ଯ୍ୟକାଳରେ ସାଂସଦମାନଙ୍କଠାରୁ ମିଳିଥିବା ସ୍ନେହ ଓ ବିଶ୍ୱାସକୁ ସବୁବେଳେ ସ୍ମରଣୀୟ ରହିବ ବୋଲି ଉଲ୍ଲେଖ କରିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ଏହି ଇସ୍ତଫାକୁ “ଅତ୍ୟନ୍ତ ଅପ୍ରତ୍ୟାଶିତ” ବୋଲି କହିଛନ୍ତି ଏବଂ ଏହା ପଛରେ ସ୍ୱାସ୍ଥ୍ୟ କାରଣ ବ୍ୟତୀତ ଅନ୍ୟ କିଛି ଗଭୀର କାରଣ ଥାଇପାରେ ବୋଲି ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି ଯେ ଧନଖଡ଼ ସୋମବାର ଦିନ ରାଜ୍ୟସଭାରେ ସଭାପତିତ୍ୱ କରୁଥିବା ସମୟରେ ସୁସ୍ଥ ଦେଖାଯାଉଥିଲେ ଏବଂ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇ ନଥିଲେ। ତେବେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାର ସମ୍ଭାବନା କେମିତି ସୃଷ୍ଟି ହେଲା ତାହା ବୁଝା ପଡୁନାହିଁ ବୋଲି ସେ କହିଛନ୍ତି। 

ଅନ୍ୟପକ୍ଷେ, ଧନଖଡ଼ଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଦିଲ୍ଲୀର ଏମ୍ସରେ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ ଏବଂ ଜୁଲାଇ ୧୭ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ହଠାତ୍ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା।

ଧନଖଡ଼ଙ୍କ ଇସ୍ତଫା ପରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଅନ୍ତରୀଣ ଭାବେ ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରୁଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୬୮ ଅନୁଯାୟୀ, ନୂଆ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.