ଜାମନଗର: ଗୁଜରାଟର ଜାମନଗର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ କାଲାଭାଡ ରୋଡର ସୁବରଦା ଗାଁ ଉପକଣ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯୁଦ୍ଧ ବିମାନ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ଧୂଆଁ ଦେଖି ସୁବରଦା ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସ୍ଥାନୀୟ ପୋଲିସକୁ ଦୁର୍ଘଟଣା ବିଷୟରେ ଜଣାଇଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।




କୁହାଯାଉଛି ଯେ, ଜାଗୁଆର ଲଢ଼ୁଆ ବିମାନଟି ରାତିରେ ଉଡ଼ାଣ ଭରିଥିଲା। ଜାମନଗର ଦେଇ ଯାଉଥିବା ବେଳେ ସୁବରଦା ଗାଁ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ତଳେ ପଡ଼ିବା ମାତ୍ରେ ବିସ୍ଫୋରଣ ହୋଇଥିଲା ଏବଂ ବହୁ ଉଚ୍ଚକୁ  ଧୂଆଁ ଉଠିଥିଳା । ଧୂଆଁ ଦେଖି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନକୁ ଦୁର୍ଘଟଣା ବିଷୟରେ ଜଣାଇଥିଲେ।

ସୂଚନା  ପାଇ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ମଧ୍ୟ ଡକାଯାଇଥିଲା। ଯେତେବେଳେ ପୋଲିସ ଜାଣିବାକୁ ପାଇଲା ଯେ, ଏହା ଏକ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପୋଲିସ ତୁରନ୍ତ ଏହାର ଉଚ୍ଚ ଅଧିକାରୀମାନଙ୍କୁ ଘଟଣା ବିଷୟରେ ଜଣାଇଥିଲା ।