ପ୍ରମୂଖ ଖବର
  • ରଥଯାତ୍ରା ପରିଚାଳନା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା : ଭକ୍ତ
  • ||
  • ଗଞ୍ଜାମ : ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଶରଧାବଲି ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି
  • ||
  • ଶରଧାବାଲି ଅଘଟଣରେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି, ..IAS ଚଞ୍ଚଲ ରଣା ଏବଂ IPS ପିନାକ ମିଶ୍ରକୁ ମିିଳିଲା ଗୁରୁଦାୟିତ୍ବ
  • ||
  • ମୟୂରଭଞ୍ଜ : ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ
  • ||
  • ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି, ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’
  • ||
  • ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ
  • ||
  • କେନ୍ଦୁଝର : ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ
  • ||
  • ଶରଧାବାଲିରେ ତିନି ରଥ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ, ଅପରାହ୍ନରେ ଆଡ଼ପ ପହଣ୍ଡି
  • ||
  • କିଏ ହେବେ ରାଜ୍ୟ ବିଜେପି ସଭାପତି ? ଆଜିଠୁ ତିନି ଦିନ ଚାଲିବ ନିର୍ବାଚନ ପ୍ରକ୍ରିୟା, ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପର୍ଯ୍ୟବେକ୍ଷକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||
  • ରଥଯାତ୍ରାରେ ବିଭ୍ରାଟ; ଶରଧାବାଲିରେ ବଡ଼ ଧରଣର ଠେଲାପେଲା, ୩ ଶ୍ରଦ୍ଧାଳୁ ମୃତ
  • ||

ଭାରତ-ପାକ୍ ସୀମାରୁ ଯୁବକ ଓ ନାବାଳିକାଙ୍କ ମୃତହେଦ ଉଦ୍ଧାର, ବାହାରିଲା ପଡୋଶୀ ଦେଶର କନେକ୍ସନ

Published By : Harapriya Biswal | June 29, 2025 4:16 PM

ନୂଆଦିଲ୍ଲୀ,୨୯।୬: ରାଜସ୍ଥାନର ଜୈସଲମେର ଜିଲ୍ଲାରେ ଭାରତ-ପାକିସ୍ତାନ ସୀମା ନିକଟରେ ଜଣେ ନାବାଳିକା ଓ ଯୁବକଙ୍କ ସଢି ଯାଇଥିବା ଶବ ଉଦ୍ଧାର ହୋଇଛି। ପୋଲିସର କହିବା ଅନୁସାରେ,ମୃତଦେହର ସ୍ଥିତିକୁ ଦେଖି ଲାଗୁଛି ଦୁହିଁଙ୍କ ମୃତଦେହ ପ୍ରାୟ ଏକ ସପ୍ତାହ ପୂର୍ବର। ଏହି ଶବ ଶନିବାର ଉଦ୍ଧାର କରାଯାଇଛି।   

ଘଟଣାସ୍ଥଳରୁ ଏକ ପାକିସ୍ତାନୀ ସିମ୍ କାର୍ଡ ସହ ଦୁଇଟି ପରିଚୟ ପତ୍ର ମିଳିଛି । ୧୮ ବର୍ଷର ରବି କୁମାର ଏବଂ ୧୫ ବର୍ଷର ଶାନ୍ତି ବାଇ ବୋଲି ଦୁହିଁଙ୍କ ପରିଚୟ ମିଳିଛି। ଜୈସଲମେରର ଏସପି ସୁଧୀର ଚୌଧୁରୀ କହିଛନ୍ତି, ମୃତଦେହ ସାଧେଓ୍ବାଲା ଅଞ୍ଚଳରେ ମିଳିଛି, ଯାହାକି ଅନ୍ତର୍ଜାତୀୟ ସୀମା ଓ ଭାରତୀୟ କ୍ଷେତ୍ରଠାରୁ ପ୍ରାୟ ୧୦-୧୨ କିଲୋମିଟର ଦୂରରେ ରହିଛି। ମୃତଦେହକୁ ରାମଗଢ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି। ପୋଷ୍ଟମର୍ଟମରେ ମୃତ୍ୟୁର କାରଣ ଜଣାପଡିବ।   

ଏସ୍‌ପି ସୁଧିର ଚୌଧୁରୀ କହିଛନ୍ତି, କାଲି ସକାଳେ ପ୍ରାୟ ୧୧ଟା ‌ବେଳେ ଏକ ସ୍ଥାନୀୟ ନିବାସୀ ସୂଚନା ଦେଇଛନ୍ତି ଯେ, ଅନ୍ତର୍ଜାତୀୟ (ଭାରତ-ପାକିସ୍ତାନ) ସୀମାଠାରୁ କିଛି କିଲୋମିଟର ଦୂରରେ ଜଣେ ଯୁବତୀଙ୍କ ମୃତଦେହ ମିଳିଛି।  ଆଜି ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀ ଅଞ୍ଚଳର ଯାଞ୍ଚ କରୁଛନ୍ତି। ଆମେ ଅନ୍ୟ ଏଜେନ୍ସି ସହ ମଧ୍ୟ ମିଶିକି କାମ କରୁଛୁ। ସେ ଆହୁରି କହିଛନ୍ତି, ଜଣେ ପାକିସ୍ତାନୀ ସିମ୍ କାର୍ଡ ଥିବା ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ତାଙ୍କ ପାଖରେ ଖାଲି ପାଣି ବୋତଲ ଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଦୁହିଁଙ୍କ ମୃତ୍ୟୁ ଡିହାଇଡ୍ରେସନ୍(ପାଣିର ଅଭାବ)ରୁ ହୋଇଥିବ। କିନ୍ତୁ ଦୁହିଁଙ୍କ ମୃତ୍ୟୁର  ସଠିକ କାରଣ ପୋଷ୍ଟମର୍ଟମ ପରେ ଜଣାପଡିବ। ଆମେ ସମ୍ଭାବିତ ଦିଗରୁ ଯାଞ୍ଚ କରୁଛୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.