ନୂଆଦିଲ୍ଲୀ,୧୨/୦୧: ଜାନୁଆରୀ ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ। ଏହି ପରିପ୍ରେକ୍ଷିରେ ମୋଦୀଙ୍କୁ ତାଙ୍କ ଶପଥଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଯାଇନଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇ‌‌ଥିଲା। ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଭାରତର ପ୍ରତିନିଧିତ୍ବ କରିବେ ବୋଲି ସେ ରବିବାର ନିଶ୍ଚିତ କରିଛନ୍ତି। 

“ଟ୍ରମ୍ପ-ଭାନ୍ସ ଉଦ୍ଘାଟନୀ କମିଟିର ନିମନ୍ତ୍ରଣ କ୍ରମେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଜାନୁଆରୀ ୨୦ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପ‌ଥ ଗ୍ରହଣ କରିବେ।  ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି।

ଏହି ଗସ୍ତ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରି ବୈଦେଶିକ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛନ୍ତି ଯେ ଜୟଶଙ୍କର ଆମରିକାକୁ ଆସୁଥିବା ପ୍ରଶାସନର ପ୍ରତିନିଧୀଙ୍କ ସହ ବୈଠକ କରିବେ। ସେହି ଅବସରରେ ଆମେରିକା ଗସ୍ତରେ ଆସିଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଜୟଶଙ୍କରଙ୍କୁ ଭେଟିବେ।