ନୂଆଦିଲ୍ଲୀ, ୧/୧ : ମହାରାଷ୍ଟ୍ରର ଜଲନା ଜିଲ୍ଲାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ କାର୍ ଧକ୍କା ଦେଇଥିଲା । ଯାହା ଫଳରେ ଏହି ଦୁର୍ଘଟଣା ହୋଇଛି ।

ଦେଶ ସାରା ଲୋକେ ନୂଆ ବର୍ଷକୁ ନେଇ ଉତ୍ସବ ମନାଉଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ରରୁ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହା ପୂର୍ବରୁ ମହାରାଷ୍ଟ୍ରର ସୋଲାପୁରରୁ ଭୀଷଣ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୭ଜଣ ଆହତ ହୋଇଥିଲେ । ସବୁ ଲୋକ ତୀର୍ଥ ଯାତ୍ରାରେ ବାହାରିଥିଲେ ଏବଂ ସମସ୍ତେ ଗୋଟିଏ ପରିବାରର ଥିଲେ ।