ନୂଆଦିଲ୍ଲୀ : ବାଂଲାଦେଶରେ ଶେଖ୍ ହାସିନାଙ୍କୁ କ୍ଷମତାରୁ ହଟାଇବା ପରେ, ଇସଲାମିକ କଟ୍ଟରପନ୍ଥି ମାନେ ସେମାନଙ୍କର ଶାସନ ସ୍ଥାପନ କରିଛନ୍ତି। ଏହା ପରେ କଟ୍ଟରପନ୍ଥି ସରକାର ଏବଂ ପାକିସ୍ତାନ କୋଳରେ ବସିଥିବା ଜମାତ-ଏ-ଇସଲାମି କ୍ରମାଗତ ଭାବରେ ଭାରତ ବିରୁଦ୍ଧରେ ବିଷ ଓଗାଳି ଚାଲିଛନ୍ତି। ଜମାତ-ଏ-ଇସଲାମିର ଡେପୁଟି ଅମୀର ସୈୟଦ ଅବଦୁଲ୍ଲା ମହମ୍ମଦ ତାହିର କହିଛନ୍ତି ଯେ, ୫୦ ଲକ୍ଷ ୟୋଦ୍ଧା ଗଜୱା-ଏ-ହିନ୍ଦ ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଗଜୱା-ଏ-ହିନ୍ଦର ଅର୍ଥ ଭାରତ ଉପରେ ଇସଲାମିକ ସେନାର ବିଜୟ।
ଜମାତ-ଏ-ଇସଲାମିର ଡେପୁଟି ଅମୀର ସୈୟଦ ଅବଦୁଲ୍ଲା ମହମ୍ମଦ ତାହିର ଏହି ବିଷ ଆମେରିକାର ନ୍ୟୁୟର୍କ ସହରରେ ବାଂଲାଦେଶ-ଆମେରିକୀୟ ସଂଘ ଦ୍ୱାରା ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଓଗାଳିଛନ୍ତି। ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ, ତାହିର କହିଛନ୍ତି ଯେ ୫୦ ଲକ୍ଷ ଯୁବକ ଏଥିରେ ଅଂଶ ଗ୍ରହଣ କରିବେ, ଯାହା ଗରିଲା ଯୁଦ୍ଧ ମାଧ୍ୟମରେ ଆଗକୁ ବଢିବ ।
ତାହିର କହିଛନ୍ତି ଯେ, ତାଙ୍କର ଲକ୍ଷ୍ୟ ହେଉଛି ୧୯୭୧ ଯୁଦ୍ଧରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ ଜମାତ-ଏ-ଇସଲାମି ଉପରେ ଲାଗିଥିବା କଳଙ୍କକୁ ସଫା କରିବା। ସେ ଏହା ମଧ୍ୟ କହିଛନ୍ତି ଯେ, ଅନେକ ଲୋକ କୁହନ୍ତି ଯେ, ଯଦି ଜମାତ କ୍ଷମତାକୁ ଆସେ, ତେବେ ଭାରତ ଉପରେ ଆକ୍ରମଣ ହୋଇପାରେ। ମୁଁ ପ୍ରାର୍ଥନା କରୁଛି ଯେ ସେମାନେ ପ୍ରବେଶ କରନ୍ତୁ ଯାହା ଦ୍ୱାରା ୧୯୭୧ ରେ ଆମ ସହିତ ଲାଗିଥିବା କଳଙ୍କକୁ ଲିଭାଇ ଦିଆଯାଇ ପାରିବ । ଏହା ଆମକୁ ପ୍ରକୃତ ସ୍ୱାଧୀନତା ସଂଗ୍ରାମୀ ଭାବରେ ପ୍ରମାଣିତ କରିବାର ସୁଯୋଗ ଦେବ।