ପ୍ରମୂଖ ଖବର
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅମରନାଥ ଯାଉଥିବା ତୀର୍ଥଯାତ୍ରୀଙ୍କ ୫ଟି ବସ୍ ଧକ୍କା, ୩୬ ଆହତ

Published By : Anindita Ratha | July 5, 2025 1:05 PM

ନୂଆଦିଲ୍ଲୀ,୦୫/୦୭: ଜୁଲାଇ ୩ରୁ ଆରମ୍ଭ ହୋଇଯାଇଛି ଅମରନାଥ ଯାତ୍ରା। ହଜାର ହଜାର ଲୋକ ବାବାଙ୍କ ଦର୍ଶନ କରିବାକୁ ଯାଉଛନ୍ତି। ଆଉ ଏହାରି ମଧ୍ୟରେ, ଶନିବାର ଜାମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅମରନାଥ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀଙ୍କ  ୫ଟି ବସ୍ ଚନ୍ଦ୍ରକୋଟ ଲଙ୍ଗର ସ୍ଥଳ ନିକଟରେ  ଧକ୍କା ।ଫଳରେ ୩୬ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।

ଅଧିକାରୀଙ୍କ ସୂଚନା ମୁତାବକ, ଏହି ଦୁର୍ଘଟଣା ପଛର କାରଣ  ଗୋଟିଏ ବସ୍‌ର ବ୍ରେକ୍ ଫେଲ୍ ହେବା । ଯାହା ଫଳରେ ବସ୍‌ଟି ନିୟନ୍ତ୍ରଣ ହରାଇ ଅନ୍ୟ ବସ୍ ସହ ଧକ୍କା ହୋଇଥିଲା।  ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଡିସି ରାମବନ ମହମ୍ମଦ ଆଲିଆସ୍ ଖାନ, ଡିଆଇଜି ଡିକେଆର ଶ୍ରୀଧର ପାଟିଲ, ଏସଏସପି ରାମବନ କୁଳବୀର ସିଂହ ଏବଂ ଏଡିସି ବରୁଣଜିତ ସିଂହ ଚରକ ହସ୍ପିଟାଲରେ ପହଞ୍ଚିଛନ୍ତି।ସେଠାରେ ସେମାନେ ଆହତମାନଙ୍କୁ ଭେଟି ରୋଗୀଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।ଏଥିସହ ଦୁର୍ଘଟଣା ପରେ ଅନ୍ୟ ଯାତ୍ରୀମାନଙ୍କୁ ପରବର୍ତ୍ତୀ ଯାତ୍ରା ପାଇଁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରାଯାଇଥିଲା। 

ତେବେ ପ୍ରବଳ ବର୍ଷା ମଧ୍ୟରେ, ଶନିବାର ସକାଳେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ ପାଇଁ ୬,୯୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ  ଦଳ ବାହାରିଛି। ଜୁଲାଇ ୨ରେ ଯାତ୍ରା ଆରମ୍ଭ ହେବା ପରଠାରୁ, ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ତୀର୍ଥଯାତ୍ରୀ ଦର୍ଶନ କରିସାରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.