ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜମ୍ମୁକାଶ୍ମୀରରେ ବାଜିମାତ୍‌ କରିପାରେ ଏନସି-କଂଗ୍ରେସ ମେଣ୍ଟ, ପିଡିପି ଦେଇପାରେ ସମର୍ଥନ

Published By : Tapas Panda | October 5, 2024 8:02 PM

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି । ବିଭିନ୍ନ ଏଜେନ୍ସି ଦ୍ଵାରା କରାଯାଇଥିବା ଏକଜିଟ୍‌ ପୋଲରେ କଂଗ୍ରେସ ପାଇଁ ଆସିଛି ଖୁସିର ଖବର। ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ଜମ୍ମୁକାଶ୍ମୀରରେ ନିରାଶ ହେବାକୁ ପଡ଼ିପାରେ। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିପାରେ । 

 ପବ୍ଲିକ ଟିଭି ମ୍ୟାଟ୍ରିଜ- ଏହି ଏକଜିଟ୍‌ ପୋଲ୍ ଅନୁସାରେ ବିଜେପିକୁ ୨୮ରୁ ୩୦ ସିଟ୍ ମିଳିପାରେ । ଅନ୍ୟପଟେ କଂଗ୍ରେସ ଓ ଏନସି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ । ଏଥିରୁ ଏକାକୀ ନ୍ୟାସନାଲ କନଫରେନ୍ସକୁ ୩୦ରୁ ଅଧିକ ଆସନ ମିଳୁଥିବା ବେଳେ କଂଗ୍ରେସ ଖାତାକୁ ୩ରୁ ୬ ଆସନ ମିଳିପାରେ । ସେପଟେ ଏକାକୀ ନିର୍ବାଚନ ଲଢିଥିବା ମେହବୁବା ମୁଫତିଙ୍କ ଦଳ ପିଡିପି ୫ରୁ ୭ ସିଟ୍ ଆସନରେ ବିଜୟୀ ହୋଇପାରେ । 

ଦୈନିକ ଭାସ୍କର ଏକଜିଟ୍ ପୋଲ୍- ଜମ୍ମୁକାଶ୍ମୀରରେ ଝୁଲା ସରକାର ଦେଖିବାକୁ ମିଳିପାରେ । ବିଜେପିକୁ ୨୦ରୁ ୨୫ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଇଣ୍ଡିଆ ମେଣ୍ଟକୁ ୩୫ରୁ ୪୦ ଆସନ, ପିଡିପିକୁ ୪ରୁ ୭ ଓ ଅନ୍ୟ ଖାତାକୁ ୧୨ରୁ ୧୬ ଆସନ ଯାଇପାରେ । 

 ଆଜତକ ସି ଭୋଟର- ଏହି ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ୨୭ରୁ ୩୨ ଆସନ ଜିତିପାରେ । ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ୪୦ରୁ ୪୮ ସିଟ୍ ମିଳିପାରେ  । ଫଳରେ ଜମ୍ମୁକାଶ୍ମୀରରେ ଏନସି-କଂଗ୍ରେସ ମେଣ୍ଟ ସରକାର ଦେଖିବାକୁ ମିଳିପାରେ   । ପିଡିପି ୬ରୁ ୧୨ ଓ ଅନ୍ୟ ଖାତାକୁ ୬ ରୁ ୧୧ ସିଟ୍ ମିଳିପାରେ ବୋଲି ଆଜତକ ସି-ଭୋଟର ଏକଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି ।

 ସେପଟେ ୯୦ ଆସନ ବିଶିଷ୍ଟ ଜମ୍ମୁକାଶ୍ମୀରରେ ଶେଷ ଥର ଲାଗି ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା । ପରେ ଧାରା ୩୭୦ ଏବଂ ୩୫-ଏ ହଟିବା ପରେ ଏଠାରେ ୨୦୨୪ରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହୋଇଛି । ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ଆସିବା ପରେ ଏକଜିଟ୍‌ ପୋଲ୍‌ର ତଥ୍ୟ ସଠିକ୍‌ ସାବ୍ୟସ୍ତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ । 

 ଅନ୍ୟପକ୍ଷରେ ଏକଜିଟ ପୋଲ୍‌ ଆସିବା ପରେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିଜେପିକୁ ମାତ ଦେବାକୁ ଯଦି ଦରକାର ପଡ଼େ ତେବେ ପିଡିପି, ଏନସି ଓ କଂଗ୍ରେସ ମେଣ୍ଟକୁ  ସମର୍ଥନ ଦେଇପାରେ ବୋଲି ମେହବୁବା ମୁଫତି କହିଛନ୍ତି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.