ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

' ପିଓକେରେ ଆତଙ୍କବାଦ ଶେଷ କର ନୁହେଁ ତ ... ' : ପାକିସ୍ତାନକୁ କଡ଼ା ଶବ୍ଦରେ କହିଲେ ରାଜନାଥ ସିଂହ

Published By : Prameya | January 14, 2025 7:27 PM

ନୂଆଦିଲ୍ଲୀ : ପାକିସ୍ତାନକୁ ଉପଦେଶ ଦେବା ସହ ସତର୍କ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପିଓକେରେ ଚଳାଉ ଥିବା ଆତଙ୍କବାଦକୁ ନେଇ ଦେଲେ ଚେତାବନୀ। ରାଜନାଥ ସିଂହ କହିଲେ , ପିଓକେ ମାଟିର ବ୍ୟବହାର ଆତଙ୍କବାଦର ବିପଜ୍ଜନକ କାରବାର ପାଇଁ କରାଯାଉଛି। ଏହା ଆଜି ଖୋଲି କହିବାକୁ ଚାହୁଁଛି କି, ସେଠାରେ ଆଜି ଆତଙ୍କବାଦୀଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ ଚାଲିଛି। ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଲଞ୍ଚ ପ୍ୟାଡ୍‌ ନିର୍ମିତ ହୋଇଛି। ଏହାର ପକ୍କା ସୂଚନା ରହିଛି। ଭାରତ ସରକାରଙ୍କୁ ସବୁ ଜଣା ପଡ଼ୁଛି। ପାକିସ୍ତାନକୁ ଏହି ରୋଗକୁ ରୋକିବାକୁ ହେବ, ନୁହେଁ ତ ଡଟ୍‌ ଡଟ୍‌ ଡଟ୍‌। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଜମ୍ମୁ କାଶ୍ମୀର ଯାଇଥିଲେ। ସେ ଅଖନୂର ସେକ୍ଟରର ଟାଣ୍ଡା ଆର୍ଟିଲରୀ ବ୍ରିଗେଡରେ ୯ମ ସଶସ୍ତ୍ର ବଳ ପୂର୍ବ ସୈନିକ ଦିବସ ରାଲିକୁ ସମ୍ୱୋଧିତ କରିଥିଲେ। ଏହି ସମୟରେ ସେ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଜମ୍ମୁ-କାଶ୍ମୀର ଓ ଦିଲ୍ଲୀର ଲୋକଙ୍କ ମଧ୍ୟରେ ଦୂରତା ହ୍ରାସ କରିବାର ଚେଷ୍ଟାକୁ ପ୍ରଶଂସା କରିଛନ୍ତି। 

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଜେପି ସରକାର ଦିଲ୍ଲୀ ଓ ଜମ୍ମୁ-କାଶ୍ମୀର ସହ ଏକା ଭଳି ବ୍ୟବହାର କରୁଛି। ପୂର୍ବର ସରକାରମାନେ କାଶ୍ମୀର ସହ ଅଲଗା ପ୍ରକାରର ବ୍ୟବହାର କରିଥିଲେ। ଏହାର ଫଳ ଥିଲା କି, ଏହି କ୍ଷେତ୍ରରେ ଆମର ଭାଇ ଭଉଣୀ ଦିଲ୍ଲୀରୁ ଏହିପରି ଯୋଡ଼ି ହୋଇ ପାରିବେ ନାହିଁ, ଯେମିତି ତାଙ୍କୁ ଯୋଡ଼ି ହେବାର ଥିଲା। ମୁଁ ଅତୀତକୁ ଯିବାକୁ ଚାହୁଁ ନାହିଁ, କାରଣ ଆମ ସରକାରର ସବୁଠୁ ବଡ଼ ଉପଲବ୍ଧି ଏହା କି, ଆମେ କାଶ୍ମୀର ଓ ଦେଶର ଅନ୍ୟ ସବୁ ଭାଗ ମଧ୍ୟରେ ଦିଲ୍ଲୀର ଦୂରତା ଶେଷ କରିବା ଦିଗରେ କାମ କରୁଛୁ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି , ମୁଁ ସିଏମ୍‌ ଉମର ଅବଦୁଲ୍ଲାଙ୍କୁ ଏହି ଏହି ଛୋଟିଆ ଅନ୍ତର, ଯାହା ଏବେ ବି ରହିଛି। ଏହାକୁ ଦୂର କରିବା ପାଇଁ ସଠିକ୍‌ ପଦକ୍ଷେପ ନେବା ପାଇଁ ଧନ୍ୟବାଦ ଦେଉଛି। ଏହି ସମୟରେ ରାଜନାଥ ସିଂହ ପାକିସ୍ତାନୀ ନେତା ଅନୱର ଉଲ୍‌ ହକ୍‌ଙ୍କର ଭାରତ ବିରୋଧରେ କରାଯାଇ ଥିବା ଟିପ୍ପଣୀର ଆଲୋଚନା ମଧ୍ୟ କରିଛନ୍ତି। ସେ କହିଛନ୍ତି, ପିଓକେ ବିନା ଜମ୍ମୁ-କାଶ୍ମୀର ଅଧୁରା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.