ନୂଆଦିଲ୍ଲୀ ୨୭/୦୭: ଥଲାପତି ବିଜୟଙ୍କ ଅଭିନୀତ ‘ଜନ ନାୟଗନ୍’କୁ ବକ୍ସ ଅଫିସ୍‌ରେ ଜବରଦସ୍ତ ସଫଳତା ମିଳିଛି । ଦର୍ଶକମାନେ ଏହି ପଲିଟିକାଲ ଥ୍ରିଲରରେ ବିଜୟଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି । ସେଥିଯୋଗୁ ଜୁଲାଇ ୨୩ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୪ ଦିନ ମଧ୍ୟରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି । ଟ୍ରେଡ୍ ଆନାଲିଷ୍ଟ ସାକନିଲ୍କ ଅନୁସାରେ, ରିଲିଜ୍ ହେବାର ପ୍ରଥମ ଦିନରେ ‘ଜନ ନାୟଗନ୍’ର ରୋଜଗାର ୪୨.୭୦ କୋଟି ଥିଲା । ଦ୍ୱିତୀୟ ଦିନ ତାହା ୨୧.୫୧ କୋଟି ଏବଂ ତୃତୀୟ ଦିନ ୨୮.୫୦ କୋଟି ଆୟ କରିଥିଲା । ଚତୁର୍ଥ ଦିନ ଅର୍ଥାତ୍ ରବିବାର ଅପରାହ୍ନ ସୁଦ୍ଧା ଏହା ୨୯ କୋଟି ଟଙ୍କା ଆୟ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ...Rajesh Khanna Adopted : ରାଜେଶ ଖାନ୍ନାଙ୍କୁ କରାଯାଇ ଥିଲା ପୋଷ୍ୟ ପୁତ୍ର ; ଲିଭ୍-ଇନ୍ ପାର୍ଟନରଙ୍କ ବଡ଼ ଖୁଲାସା

ଏଚ୍ ବିନୋଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜଣେ ସାଧାରଣ ବ୍ୟକ୍ତିଙ୍କ ଜୀବନଯାତ୍ରାକୁ ନେଇ ଗତିଶୀଳ ହୋଇଛି । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେବାପରେ ତାଙ୍କର ଜୀବନ କିଭଳି ନାଟକୀୟ ଭାବେ ପରିବର୍ତ୍ତନ ହୋଇଛି ତାହା ଏଥିରେ ଦର୍ଶାଯାଇଛି । ଫିଲ୍ମରେ ଥଲାପତି ବିଜୟଙ୍କ ବ୍ୟତୀତ ପୂଜା ହେଗ୍‌ଡେ, ବବି ଦେଓଲ, ପ୍ରକାଶ ରାଜ, ପ୍ରିୟାମଣି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।