ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜାପାନ ନିର୍ବାଚନରେ ବହୁମତ ହରାଇଲା କ୍ଷମତାସୀନ ଏଲ୍‌ଡିପି, କୌଣସି ଦଳକୁ ମିଳିଲାନି ସଂଖ୍ୟାଗରିଷ୍ଠତା

Published By : Prameya | October 29, 2024 11:06 AM

ଟୋକିଓ,୨୯/୧୦: ଜାପାନରେ ଅନୁଷ୍ଠିତ ନିର୍ବାଚନରେ କ୍ଷମତାସୀନ  ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲ୍‌ଡିପି) ମେଣ୍ଟକୁ ସଂସଦରେ ବହୁମତ  ମିଳିପାରି ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦଳ ଏଲ୍‌ଡିପିକୁ  ୧୯୧ ଆସନ ମିଳିଛି । ଦଳ ଏଥର ୬୫ ଆସନ ହାତଛଡ଼ା କରିଛି । ଗତ  ୫ ବର୍ଷ ମଧ୍ୟରେ ଏଲ୍‌ଡିପିର ଏହା ସବୁଠୁ ଖରାପ ପ୍ରଦର୍ଶନ । ଏଲ୍‌ଡିପି ଓ  ଏହାର ସହଯୋଗୀ ଦଳ କୋମିଟୋକୁ ମୋଟ ୨୧୫ ଆସନ ମିଳିପାରିଛି ।  

ଦେଶରେ ସରକାର ଚଳାଇବା  ପାଇଁ ବହୁମତ ଅଙ୍କ ୨୩୩  ରହିଛି । ଦୀର୍ଘ ୧୫ ବର୍ଷ ପରେ  ଏଲ୍‌ଡିପି ମେଣ୍ଟ ବହୁମତଠାରୁ  ପଛରେ ପଡ଼ିଯାଇଛି । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଗତମାସରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ  ଜିତିଥିଲେ । ଏହାପରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ  ପରେ ସେ ନିର୍ବାଚନ କରାଇବା ପାଇଁ ଘୋଷଣା କରିଥିଲେ । ନିର୍ବାଚନ ଫଳ  ଆସିବା ପରେ ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନତା ନିଜର କଠୋର  ରାୟ ଶୁଣାଇଛନ୍ତି । ସେ ବିନମ୍ରତାର ସହ ଏହାକୁ ସ୍ୱୀକାର କରୁଛନ୍ତି । ତେବେ  ସେ ବର୍ତ୍ତମାନ ମେଣ୍ଟରେ ଅନ୍ୟ ଦଳକୁ ଯୋଡ଼ିବା ପାଇଁ କୌଣସି ଉଦ୍ୟମ  କରୁ ନ ଥିବା କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ଜାପାନର  ଗଣମାଧ୍ୟମ ସଂସ୍ଥାଗୁଡ଼ିକ କହିଥିଲେ କି ଏଲ୍‌ଡିପିକୁ ଯଦି ଏଥର ବହୁମତ  ନ ମିଳେ, ତେବେ ଇଶିବା ପ୍ରଧାନମନ୍ତ୍ରୀ ପଦ ଛାଡ଼ିପାରନ୍ତି । ଯଦି ସେଭଳି  ହୁଏ, ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ସବୁଠୁ କମ୍‌ ସମୟ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ । କିନ୍ତୁ ସେ ପଦ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.