ନୂଆଦିଲ୍ଳୀ,୧୧।୪: କ’ଣ ଆପଣ କେବେ ଭାବି ପାରନ୍ତି। ଆଜିଠାରୁ ପ୍ରାୟ ୮୦୦ ବର୍ଷ ପୂର୍ବେ ଜଣେ କବି ଯାହା ଲେଖିଥିଲେ ତାହା ମହାକାଶ ଅଭିଯାନରେ ଯାଉଥିବା ମହାକାଶଚାରୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥିଲା। ଏହି କାହାଣୀ, କୌଣସି ସାଇନ୍ସ ଫିକ୍ସନ ଫିଲ୍ମ ଭଳି ଲାଗୁଥାଇ ପାରେ, କିନ୍ତୁ ଏହା ପ୍ରକୃତରେ ସତ୍ୟ। ଜଣେ ଜାପାନୀ କବି ୧୨ଶ ଶତାବ୍ଦୀରେ ଏପରି କିଛି ଲେଖିଥିଲେ ଯାହା ବୈଜ୍ଞାନିକମାନଙ୍କ ପାଇଁ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରୁଛି। ପ୍ରାଚୀନ ଗଛଗୁଡ଼ିକ ମଧ୍ୟ ସୂର୍ଯ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ପ୍ରକାଶ କରିଥିଲେ। କେହି ବି ଭାବି ପାରିବେନି ଶତାବ୍ଦୀ ପୁରୁଣା କବିତା ଏବଂ ପୋତି ହୋଇଥିବା ଗଛଗୁଡ଼ିକ ଆମକୁ ମହାକାଶର ବିପଦରୁ ରକ୍ଷା କରିବ। ଆସନ୍ତୁ ଜାଣିବା ଏ ବିଷୟରେ...
୮୨୬ ବର୍ଷ ପୂର୍ବେ ଜାନାପର ଜଣେ କବି ଏକ ବିଶାଳ ସୌର ଝଡ ବିଷୟରେ ଲେଖିଥିଲେ। ରାତିରେ ଆକାଶରେ ରହସ୍ୟମୟୀ ଲାଲ ଆଲୋକକୁ ଦେଖି କବି ଜଣକ ନିଜର ଡାଏରୀରେ ଯାହା ଲେଖିଥିଲେ, ଆଜି ସେହି ପଙ୍କକ୍ତି ନାସାର ‘ଅର୍ଟେମିସ୍’ ଭଳି ମହାକାଶ ମିସନ୍ରେ ଯାଉଥିବା ଭବିଷ୍ୟତର ମହାକାଶ ଯାତ୍ରୀଙ୍କୁ ବିପଦଜନକ ରେଡିଏସନ୍ରୁ ରକ୍ଷା କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅର୍ଥାତ କବିତା ହିଁ ବୈଜ୍ଞାନିକଙ୍କ ପାଇଁ ସୁରାଗ ପାଲଟିଛି।
ଜାପାନର ‘ଅକିନାଭା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ର ରିସର୍ଚ୍ଚର ସୂର୍ଯ୍ୟଙ୍କ ଏକ ଶକ୍ତିଶାଳି ବିସ୍ଫୋରଣର ପ୍ରମାଣ ଖୋଜିଥିଲେ, ଯାହାକି ୧୨୦୦ ଖ୍ରୀଷ୍ଟାବ୍ଦ ଆଖପାଖରେ ହୋଇଥିଲା। ଆକାଶରେ ରହସ୍ୟମୟ ଲାଲ୍ ଆଲୋକ ଦେଖିବାକୁ ମିଳିଥିଲା। ଏଥିପାଇଁ ସେ ଦୁଇଟି ଅଲଗା ସୋର୍ସର ସାହାରା ନେଇଥିଲେ।ଏହି ଦୁଇଟି ଥିଲା ମଧ୍ୟକାଳୀନ ଜାପାନୀ କବିଙ୍କ ଡାଏରୀ ଓ ପ୍ରାଚୀନ ସମୟରୁ ଦବି ହୋଇଥିବା ଗଛର ଛାଲ।
ପ୍ରଥମ ସୁରାଗ ପ୍ରଭାବଶାଳୀ ଜାପାନୀ ଦରବାରୀ ଓ କବି ଫୁଜିୟାରା ନୋ ତେଇକାଙ୍କ ଡାଏରୀ ‘ମିଗିତ୍ସୁକେ’ରୁ ମିଳିଛି। ସେ ଫେବୃଆରୀ ୧୨୦୪ ଖ୍ରୀଷ୍ଟାବ୍ଦରେ କ୍ବେଟାର ଉତ୍ତର ଆକାଶରେ ‘ଲାଲ ଆଲୋକ’ ଦେଖିବାକୁ ମିଳିଥିଲା। ରିସର୍ଚ୍ଚରଙ୍କ ମତରେ ଏହି ଲାଇଟ୍ ଏକ ଦୁର୍ଲଭ ପ୍ରକାର ଥିଲା। ଯାହାକି କେବଳ ସେତେବେଳେ ଦେଖାଯାଉଥିଲା ଯେତେବେଳେ ସୂର୍ଯ୍ୟ ଖୁବ୍ ଅଶାନ୍ତ ଓ ଝଡ ଅବସ୍ଥାରେ ଥିଲେ। ଏହି ଡାଏରୀର ସାହାଯ୍ୟରେ ବୈଜ୍ଞାନିଙ୍କୁ ସଠିତ ସମୟ ଜଣାପଡୁଥିଲା।
ଏହାପରେ ସେ ନର୍ଥ ଜାପାନରରେ ଦବି ହୋଇ ରହିଥିବା ପ୍ରାଚୀନ ଗଛକୁ ନେଇ ଷ୍ଟଡି କରିଥିଲେ। ଗଛର କାଠରେ ‘ଫିଙ୍ଗରପ୍ରିଣ୍ଟ’ ଛପା ହୋଇଥାଏ। ଯେତେବେଳେ ସୂର୍ଯ୍ୟରେ ବିସ୍ଫୋରଣ ହୁଏ, ତାହା ପୃଥିବୀ ଆଡକୁ ହାଇ ଏନର୍ଜି ଥିବା ପାର୍ଟିକିଲ ପଠାଇଥାଏ। ଏହି କଣିକାକୁ ଗଛ ଅବଶୋଷିତ କରିଥାଏ। କାଠରେ ଏକ କେମିକାଲ ‘ଫିଙ୍ଗରପ୍ରିଣ୍ଟ’ ଛାଡିଥାଏ। ଦବି ହୋଇ ରହିଥିବା ଗଛରେ କାର୍ବନ-୧୪ର ମାତ୍ରା ମାପିକି ରିସର୍ଚ୍ଚର ଗତ ୧୦ ହଜାର ବର୍ଷ ହେବ ସୌର ଗତିବିଧି ବିଷୟରେ ଜାଣି ପାରିବେ।ସୂର୍ଯ୍ୟଙ୍କ ବିଷୟରେ କିଛି ନୂଆ କଥା ଜଣାପଡିଛି। ଆଜିର ସମୟରେ ସୂର୍ଯ୍ୟଙ୍କ ଗତିବିଧିର ଚକ୍ର ୧୧ ବର୍ଷ ଥିଲା, କିନ୍ତୁ ରିସର୍ଚ୍ଚରେ ଏହା ଜଣାପଡିଛି ସେତେବେଳେ ଏହି ଚକ୍ର କେବଳ ୭ ରୁ ୮ ବର୍ଷ ପର୍ଯ୍ୟନ୍ତର ଥିଲା। ଏହାର ଅର୍ଥ ସେତେବେଳେ ସୂର୍ଯ୍ୟ ଖୁବ୍ ଅଧିକ ଆକ୍ଟିଭ ଥିଲେ। ୧୯୭୨ ରେ ଆପୋଲୋ ୧୬ ଓ ୧୭ ମିଶନ୍ ଭିତରେ ଏଭଳି ହିଁ ସୌର ବିସ୍ଫୋରର ହୋଇଥିଲା। ଯଦି ସେତେବେଳେ ମହାକାଶ ଯାତ୍ରୀ ସେଠାରେ ଥାଆନ୍ତେ, ତେବେ ଘାତକ ରେଡିଏସନର ଶିକାର ହୋଇପାରିଥାନ୍ତେ।
ମହାକାଶ ମିଶନ୍ ପାଇଁ ଜରୁରୀ। ଏହି ଅନୁସନ୍ଧାନ ନାସାର ଅର୍ଟେମିସ୍-୨ ମିଶନ ସଫଳତା ପରେ ମଧ୍ୟ ଆହୁରି ଗୁରୁତ୍ବପୂର୍ଣ୍ର ହୋଇଯାଇଛି। ଅର୍ଟେମିସ୍ ଜରିଆରେ ମଣିଷ ପୁରିଥରେ ଚନ୍ଦ୍ରରେ ପାଦ ରଖିବା ଓ ଭବିଷ୍ୟତରେ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଁଞ୍ଚିବାର ପ୍ରସ୍ତୁତି କରୁଛି। ଏବେ ମହାକାଶ ଯିବା ମଧ୍ୟ ପୂର୍ବ ତୁଳନାରେ ବଢି ଯାଇଛି। ଏଭଳି ସ୍ଥିତିରେ ସୌର ଝଡକୁ ବୁଝିବା କେବଳ ବୈଜ୍ଞାନିକ ଜୀଜ୍ଞାସା ନୁହେଁ, ବଂର ସୁରକ୍ଷାର ପ୍ରସଙ୍ଗ ମଧ୍ୟ ପାଲଟିଛି।