ମୁମ୍ବାଇ ୧୫/୧୨: ଜାପାନର ଏକ ଶେକ୍‌ (ଜାପାନିଜ୍‌ ୱାଇନ୍‌) ନିର୍ମାତା କମ୍ପାନି ସେହି ସ୍ଥାନକୁ ଯାଉଛି, ଯେଉଁଠିକୁ ପୂର୍ବରୁ କୌଣସି ଶେକ୍‌ କମ୍ପାନି ଯାଇନାହାନ୍ତି । ଜାପାନର ଲୋକପ୍ରିୟ ସେକ୍‌ ବ୍ରାଣ୍ଡ୍‌ ଦସାଇ ମହାକାଶକୁ ଯିବ । କମ୍ପାନି ‘ଆଶାହି ଶୁଜୋ’ ଶେକର ଉପାଦାନଗୁଡ଼ିକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇବ । ସେଠାରେ ଏଥିରୁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତ କରିବା କମ୍ପାନିର ଲକ୍ଷ୍ୟ । ଯଦି ଏହି ଯୋଜନା କାମ କରେ, ମାତ୍ର ୧୦୦ ମିଲିର ଏକ ବୋତଲ ପୃଥିବୀରେ ୧୦ କୋଟି ୟେନ୍‌ରେ ବିକ୍ରି ହେବ । 

ଏକ ସାଧାରଣ ବୋତଲ ୮୦ ମିଲିର, ଯାହା ଏହାକୁ ଅତ୍ୟନ୍ତ ମହଙ୍ଗା ପାନୀୟ କରିଛି । କମ୍ପାନିରେ ଏହି ପାନୀୟ ପ୍ରସ୍ତୁତି ଦାୟିତ୍ୱରେ ଥିବା ସୌୟା ୟୁତସୁକି କହିଛନ୍ତି, ମହାକାଶରେ ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତି ପରୀକ୍ଷା ଶତ ପ୍ରତିଶତ ସଫଳ ହେବାର କୌଣସି ଗ୍ୟାରେଣ୍ଟି ନାହିଁ । ମାଧ୍ୟାକର୍ଷଣରେ ପାର୍ଥକ୍ୟ ଏହି ତରଳ ପଦାର୍ଥରେ ଉତ୍ତାପ ସ୍ଥାନାନ୍ତରଣକୁ ପ୍ରଭାବିତ କରିପାରେ । ଫଳରେ ପୃଥିବୀରେ ମହାକାଶ ଅପେକ୍ଷା ଭିନ୍ନ ପ୍ରକାର ପାନୀୟର ଫର୍‌ମେଣ୍ଟେସନ୍‌ (ଫେଣାଇବା)ପ୍ରକ୍ରିୟା ଭିନ୍ନ ହୋଇପାରେ । 

କିବୋ ଏକ୍ସପେରିମେଣ୍ଟ୍‌ ମଡ୍ୟୁଲରେ ପ୍ରବେଶ ପାଇଁ କମ୍ପାନି ଏରୋସ୍ପେସ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍ସିକୁ ଦେୟ ଦେଇଛି । କିବୋ ମଡ୍ୟୁଲ ଜାପାନ ଦ୍ୱାରା ବିକଶିତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଅଂଶବିଶେଷ । ଏଠାରେ ଏକ ସ୍ୱତନ୍ତ୍ର ସୂକ୍ଷ୍ମ ମାଧ୍ୟାକର୍ଷଣ ପରିବେଶରେ ପରୀକ୍ଷଣ ହେବ । ଏହି ସ୍ୱତନ୍ତ୍ର ସେକ୍‌ ଜାପାନିଜ୍‌ ଭାତ, ପାଣି, ୟିଷ୍ଟ୍‌ ଓ କୋଜି (ଏକ ପ୍ରକାର ମୋଲ୍ଡ)ରେ ପ୍ରସ୍ତୁତ କରାଯାଏ । ଦୀର୍ଘ ୨ ମାସର ଲମ୍ବା ପ୍ରକ୍ରିୟା ଜରିଆରେ ଏହା ପ୍ରସ୍ତୁତ ହୋଇଥାଏ । ଏଥିରେ ବାମ୍ଫ, ଘୋଳକୁ ଗୋଳାଇବା ଏବଂ ଫର୍‌ମେଣ୍ଟ୍‌ ଆଦି ପ୍ରକ୍ରିୟା ସାମିଲ । ଜାପାନର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ପାନୀୟକୁ ଲୋକେ ଉପଭୋଗ କରନ୍ତି । ଜାପାନିଜ୍‌ ଭାଷାରେ ଦସାଇର ଅର୍ଥ ‘ଅଟ୍ଟର ପର୍ବ’ । ଏହା ସେଠାକାର ବଜାରରେ ମିଳୁଥିବା ଅନ୍ୟତମ ସବୁଠୁ ଲୋକପ୍ରିୟ ଶେକ୍‌ ବ୍ରାଣ୍ଡ୍‌ । ମହାକାଶରେ କମ୍ପାନିର ଆଉ ଏକ ବିରଳ ଶେକ୍‌ ପ୍ରସ୍ତୁତି ନିମନ୍ତେ ବଡ଼ ଲମ୍ଫ ବୋଲି କମ୍ପାନି ସ୍ପଷ୍ଟ କରିଛି ।