ଲଣ୍ଡନ,୧୨/୦୭: ଇଂଲଣ୍ଡ ବିପକ୍ଷ ଚଳିତ ତୃତୀୟ ଟେଷ୍ଟରେ  ଭାରତର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମରା ଆଉ ଏକ ରେକର୍ଡ  ଭଙ୍ଗ କରିଛନ୍ତି । ଭାରତୀୟ ଭାବେ ବିଦେଶ ମାଟିରେ ସେ ସର୍ବାଧିକ ୫ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ କପିଳ ଦେବଙ୍କ ନାମରେ ରହିଥିଲା । ସେ ବିଦେଶ ଗ୍ରାଉଣ୍ଡ୍‌ରେ ୬୬ଟି ଟେଷ୍ଟ  ଖେଳି ୧୨ଥର ୫ ୱିକେଟ୍‌ ସଫଳତା ଅର୍ଜନ କରିଥିଲେ । ବୁମରା  (ପ୍ରଥମ ଇନିଂସ) ୫ଟି ୱିକେଟ୍‌ ନେଇ କପିଳଙ୍କୁ ଅତିକ୍ରମ କରିଥିଲେ ।  ସେ ବିଦେଶ ମାଟିରେ ମାତ୍ର ୩୫ଟି ଟେଷ୍ଟ ଖେଳି ୧୩ଥର ୫ ୱିକେଟ୍‌ ସଫଳତା ଅର୍ଜନ କରିଥିଲେ । 

ବୁମରା ଇତି ମଧ୍ୟରେ ୪୭ଟି ଟେଷ୍ଟ ଖେଳି  ୨୧୫ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ସେନା ଦେଶ ବିପକ୍ଷରେ  ସର୍ବାଧିକ ୫ୱିକେଟ୍‌ ସଫଳତା ଅର୍ଜନ କରିବାରେ ମଧ୍ୟ ସେ ପାକିସ୍ତାନର  ୱାସିମ ଆକ୍ରମଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଆକ୍ରମ ସେନା  ଦେଶ ବିପକ୍ଷରେ ୧୧ଥର ୫ ୱିକେଟ୍‌ ସଫଳତା ଅର୍ଜନ କରିଥିଲେ । ବୁମରା ପ୍ରଥମ ଦିବସରେ ହ୍ୟାରୀ ବ୍ରୁକଙ୍କୁ ଆଉଟ୍‌ କରିଥିଲେ । ସେ ଜୋ ରୁଟ୍‌, ବେନ ଷ୍ଟୋକ୍ସ, କ୍ରିସ୍‌ ୱକ୍ସ ଓ ଜୋଫ୍ରା ଆର୍ଚରଙ୍କ  ୱିକେଟ୍‌ ଅକ୍ତିଆର କରି ଲର୍ଡ୍ସ ବୋର୍ଡରେ ନିଜ ନାମ ଲେଖାଇଥିଲେ ।