ପ୍ରମୂଖ ଖବର
  • ପାରିବାରିକ କଳହ : ଫ୍ୟାନରେ ଝୁଲି ବାପ-ପୁଅଙ୍କ ଆତ୍ମହତ୍ୟା
  • ||
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଟେଷ୍ଟରୁ ସନ୍ନ୍ୟାସ ନେବେ ସ୍ୱାଭିମାନୀ ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ

Published By : Ankita S | July 26, 2025 1:40 PM

ନୂଆଦିଲ୍ଲୀ,୨୬/୦୭: ଟେଷ୍ଟ କ୍ରିକେଟ୍‌ରୁ ରୋହିତ, କୋହଲିଙ୍କ ଅବସର ପରେ କ୍ରିକେଟ ପ୍ରେମୀଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବୋଲର୍‌ ଯଶପ୍ରୀତ୍ ବୁମରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ୟର୍କର କିଙ୍ଗ୍‌ ବୁମରା । ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ମହମ୍ମଦ କୈଫ୍ ଏହି ଦାବି କରିଛନ୍ତି । କାରଣ ମଧ୍ୟ କହିଛନ୍ତି ।

ଲର୍ଡ୍ସ ଟେଷ୍ଟରେ ବୁମରା ୭ଟି ୱିକେଟ ନେଇଥିଲେ । ହେଲେ ମଞ୍ଚେଷ୍ଟର ଟେଷ୍ଟରେ ତାଙ୍କର ପ୍ରଦର୍ଶନ ନୈରାଶଜନ ରହିଛି । ଏବେ ସୁଦ୍ଧା ବୁମରା ଏହି ଟେଷ୍ଟରେ ୧୩ଟି ୱିକେଟ ହାସଲ କରିଛନ୍ତି । ମାଞ୍ଚେଷ୍ଟର ଟେଷ୍ଟ ପ୍ରଥମ ଇନିଂସରେ ବୁମରାଙ୍କୁ ଗୋଟିଏ ସଫଳତା ମିଳିଛି । ଲୟ ପାଇବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଅନ୍‌ଫିଟ୍‌ ଥିବା ଦେଖିବାକୁ ମିଳିଛି । ଏବେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ତାଙ୍କୁ ନେଇ ଏକ ଚମକାଇଦେବା ପରି ବୟାନ ଦେଇଛନ୍ତି ।

କୈଫ୍ କହିଛନ୍ତି, ''ବୁମରା ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି । ମୁଁ ଭାବୁଛି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବୁମରା ଆଗାମୀ ଟେଷ୍ଟ ମ୍ୟାଚ୍‌ରେ ଖେଳିନପାରନ୍ତି । ସେ ଅବସର ମଧ୍ୟ ନେଇପାରନ୍ତି । ସେ ଆହତ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ସେଥିପାଇଁ ସେ ତାଙ୍କ ଲୟ ହରାଇଛନ୍ତି । ବୁମରା ଜଣେ ସ୍ୱାଭିମାନ ବ୍ୟକ୍ତିତ୍ୱ । ମୁଁ ଭାବୁଛି ଯଦି ସେ ଭାବନ୍ତି ଯେ ତାଙ୍କର ଶତ ପ୍ରତିଶତ ଦେଇପାରୁ ନାହାନ୍ତି, ଦେଶ ପାଇଁ ମ୍ୟାଚ୍ ଜିତିପାରିବେ ନାହିଁ, ତେବେ ସେ ନିଜେ ହିଁ ଖେଳିବାକୁ ମନା କରିବେ ।

ମହମ୍ମଦ କୈଫ୍‌ ଆହୁରି କହିଛନ୍ତି, ''ୱିକେଟ୍ ନ ମିଳିବା ଅଲଗା କଥା । ହେଲେ ମାଞ୍ଚେଷ୍ଟର ଟେଷ୍ଟରେ ସେ ଯେଉଁ  ଗତିରେ ବୋଲିଂ କରୁଥିଲେ ତାହା ବହୁତ କମ୍‌ । ୱିକେଟକିପର ଡ୍ରାଇଭ ଲଗାଇ ଦୁଇଟି କ୍ୟାଚ ଧରିଥିଲେ । ବୁମରା ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.