ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ

Published By : Swapna Ray | August 9, 2025 11:34 AM

ଭୁବନେଶ୍ୱର, ୯।୮: ବଡ଼ଗଡ଼ ପରେ ଏବେ ବିଜେବି ନଗରରେ କାୟା ମେଲାଇଲାଣି ଜଣ୍ଡିସ୍‌ । ଗୋଟିଏ ଦିନରେ ବିଜେବି ନଗର ଅନ୍ତର୍ଗତ ମଇଁଷିଖାଲରେ ଥିବା ଏକ ଆପାର୍ଟମେଣ୍ଟରେ ୧୨ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଜଣ୍ଡିସ୍‌ ଆକ୍ରାନ୍ତ ଚିହ୍ନଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ସମ୍ପୃକ୍ତ ଅଞ୍ଚଳରେ ପାଣି ପିଇବାକୁ ଭୟ କରୁଛନ୍ତି । ଖବର ପାଇ ସହରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଆପାର୍ଟମେଣ୍ଟରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଛି । ଉକ୍ତ ଆପାର୍ଟମେଣ୍ଟରେ ୧୮ଶହ ଲୋକ ରହୁଛନ୍ତି । କିଛିଦିନ ହେବ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । ଲକ୍ଷଣ ଦେଖାଯିବାରୁ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଆସିବା ପରେ ତାହା ଜଣ୍ଡିସ୍‌ ବୋଲି ଜଣାପଡ଼ିଥିଲା । ଏନେଇ ଆଶାକର୍ମୀ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଖବର ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଖବର ପାଇ ଗତକାଲି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଉକ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ବିଭାଗୀୟ କର୍ମଚାରୀମାନେ ପ୍ରତି ବ୍ଲକ ଓ ଘର ବୁଲିବୁଲି ରୋଗୀଙ୍କୁ ସ୍ୱାବ ସଂଗ୍ରହ କରିଥିଲେ । 

ଗତକାଲି ସୁଦ୍ଧା ୮ଜଣଙ୍କ ସ୍ୱାବ ପଜିଟିଭ୍‌ ଆସିଥିବା ଆଜି ପୁଣି ୪ ଜଣଙ୍କ ରିପୋର୍ଟରେ ଜଣ୍ଡିସ ଥିବା ଜଣାପଡ଼ିଛି । ଏହାପରେ ସ୍ୱାସ୍ଥ୍ୟକର୍ମୀମାନେ ଆପାର୍ଟମେଣ୍ଟର ପାଣି ଯାଞ୍ଚ କରିଥିଲେ । ବାହାର ଖାଦ୍ୟ ସହ ଥଣ୍ଡାପାନୀୟ ଆଦି ନ ଖାଇବା, ସଫାସୁତୁରା ରହିବାକୁ ପରାମର୍ଶ ଦେଇଥିଲେ । କୌଣସି ଲକ୍ଷଣ ଦେଖାଗଲେ ସଙ୍ଗେସଙ୍ଗେ ମେଡିକାଲ ଯିବାକୁ ପରାମର୍ଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ତେବେ ଜଣ୍ଡିସର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି । ହେଲେ ଲୋକେ ପିଇବା ପାଣିକୁ ଏଥିପାଇଁ ଦୋଷ ଦେଇଛନ୍ତି । ପାଣି ନମୁନା ଆସିବା ପରେ କାରଣ ଜଣାପଡ଼ିବ । କିଛିଦିନ ତଳେ ବଡ଼ଗଡ଼ ବ୍ରିଟ୍‌ କଲୋନୀ, ଇଏ କଲୋନୀରେ ଜଣ୍ଡିସ ବ୍ୟାପିଥିଲା । ଦୂଷିତ ପାଣି ଯୋଗୁ ଏହା ବ୍ୟାପୁଥିବା ଜଣାପଡ଼ିଥିଲା । ଏବେ ପୁଣି ସେହି ପାଖାପାଖି ଅଞ୍ଚଳରେ ଜଣ୍ଡିସ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥା ପାଲଟିଛି । ଖୋର୍ଦ୍ଧା ଜିଲ୍ଲାରେ ୩୭୩ ଡେଙ୍ଗୁ ରୋଗୀ ବର୍ଷାଦିନରେ ଭେକ୍ଟର ବାହିତ ରୋଗ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ବିଶେଷକରି ଡେଙ୍ଗୁ ଏବେ ଜିଲ୍ଲାରେ କାୟା ବିସ୍ତାର କରୁଛି । ଆଜି ପର୍ଯ୍ୟନ୍ତ ମୋଟ ୩୭୩ ଡେଙ୍ଗୁ ରୋଗୀ ଟିହ୍ନଟ ହୋଇସାରିଛନ୍ତି । ସେଥିମଧ୍ୟରେ ଭୁବନେଶ୍ୱର ସହରରେ ୨୧୯, ବାଳକାଟିରେ ୧୩, ବାଲିପାଟଣାରେ ୧୮, ବାଲୁଗାଁରେ ୩, ବାଣପୁରରେ ୩, ବୋତଲମାରେ ୫, ହଳଦିଆରେ ୧୦, ଜଟଣୀରେ ୧, ଖୋର୍ଦ୍ଧା ସହରରେ ୧, ମେଣ୍ଢାଶାଳରେ ୧୭ ଓ ଟାଙ୍ଗିରେ ୪ଟି ରୋଗୀ ବାହାରିଛନ୍ତି । ସେହିପରି ବିଭିନ୍ନ ହସ୍ପିଟାଲରେ ୭୧ ରୋଗୀ ବାହାରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.