ମାଲକାନଗିରି, ୧୦।୧୧: ଛତିଶଗଡ଼ କୋଣ୍ଡାଗାଓ ଜିଲ୍ଲାରେ ଯବାନଙ୍କ ଆତ୍ମହତ୍ୟା । ବରଦା ଗାଁ ନିବାସୀ ହରିଲାଲ ନାଗ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ହରିଲାଲ ଛତିଶଗଡ଼ ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ । ସେ ଗତ କିଛି ଦିନ ଧରି ଧନୋରା ଥାନାରେ ମୁତୟନ ଥିଲେ । ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ଲାଗି ଘରକୁ ଆସିଥିଲେ । କିନ୍ତୁ, ଶନିବାର ରାତିରେ ଘରେ ଶୋଇଥିବା ସମୟରେ ନିଜ ସର୍ଭିସ୍ ପିସ୍ତଲରୁ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ଉରୁନ୍ଦାବେଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିସ୍ତଲ ଓ ତାଙ୍କର ମୋବାଇଲ ଜବତ କରିଛି । ଆତ୍ମହତ୍ୟାର କାରଣ ଜାଣିବା ଲାଗି ପୋଲିସର ତଦନ୍ତ ଜାରି ରହିଛି ।
ପୂର୍ବ ଯୋଜନା ଅନୁସାରେ ସବୁକିଛି ହେଉଛି, ଏକାନଥ ସିନ୍...