ମାଲକାନଗିରି, ୨୯/୯ (ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କରିଛନ୍ତି ଯବାନ ମାନେ । ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ ।
ସୀମାନ୍ତ ସୁକୁମା ଜିଲ୍ଲା ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଯବାନ ମାନେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଦେଖିବାକୁ ପାଇଥିଲେ । ଏହି କାରଖାନାଟି ମାଓବାଦୀଙ୍କ ଜାଣିବା ପରେ ଏହାକୁ ତୁରନ୍ତ ଧ୍ବଂସ କରିଦେଇଥିଲେ ।