ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ସେଲ୍ଫି ନେଲାବେଳେ ଯୁବକଙ୍କୁ ଧକ୍କା ମାରିଲେ ଜୟା, ଜାଣନ୍ତୁ କ’ଣ ଲେଖିଲେ କଙ୍ଗନା

Published By : Gurupada Nath | August 12, 2025 8:49 PM

ମୁମ୍ବାଇ,୧୨/୮ : ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣି ଥରେ ଚର୍ଚ୍ଚାରେ । ସବୁବେଳେ ନିଜର କ୍ରୋଧ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଏଥର ବି ସମାନ ସ୍ଥିତି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ସର୍ବ ସାଧାରଣରେ ନିଜର ହିତାହିତ ଜ୍ଞାନ ହରାଇ ବସିଛନ୍ତି । ଏଥର ସେ ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ତାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ସେ ଧକ୍କା ଦେଇଛନ୍ତି । ଜୟାଙ୍କ ଏହି ଆଚରଣ ଉପରେ ହିମାଚଳ ପ୍ରଦେଶର ମଣ୍ଡି ସାଂସଦ କଙ୍ଗନା ରଣାୱତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ତାଙ୍କୁ ସବୁଠାରୁ ଖରାପ ମହିଳା ବୋଲି କହିଛନ୍ତି। 

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ବଚ୍ଚନ ସେହି ବ୍ୟକ୍ତିଙ୍କୁ ଧକ୍କା ଦେଉଥିବା ନଜର ଆସୁଛନ୍ତି । ସେ ଏହା ବି କହୁଥିବା ଶୁଣାଯାଉଛି, ‘କ’ଣ କରୁଛନ୍ତି ଆପଣ ? ଏହା କ’ଣ ?’ ବଚ୍ଚନଙ୍କ ସାଥୀ ସାଂସଦ ଏବଂ ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସମାଜବାଦୀ ସାଂସଦଙ୍କ ପାଖରେ ଠିଆ ହୋଇଥିବା ଦେଖାଯାଉଛି । ବଚ୍ଚନ ସେହି ବ୍ୟକ୍ତିଙ୍କୁ ଠେଲି ଦେବା ମାତ୍ରେ ଚତୁର୍ବେଦୀ ପଛକୁ ବୁଲି ଚାହିଁଲେ ଏବଂ କ୍ଲବ ଆଡ଼କୁ ଚାଲିଗଲେ। 

ଅଭିନେତ୍ରୀ ତଥା ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରଣାୱତ ଜୟା ବଚ୍ଚନଙ୍କୁ 'ସର୍ବାଧିକ ବିକୃତ ଏବଂ ସୁବିଧାପ୍ରାପ୍ତ ମହିଳା' ବୋଲି କହିଛନ୍ତି । କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, 'ସର୍ବାଧିକ ବିକୃତ ଏବଂ ସୁବିଧାପ୍ରାପ୍ତ ମହିଳା। ଲୋକମାନେ ତାଙ୍କର କ୍ରୋଧ / ଅବାନ୍ତରତାକୁ ସହ୍ୟ କରନ୍ତି କାରଣ ସେ ଅମିତାଭ ବଚ୍ଚନଙ୍କ ପତ୍ନୀ।' ଏଥିରେ କଙ୍ଗନା ସମାଜବାଦୀ ପାର୍ଟିର ଟୋପିକୁ କୁକୁଡ଼ାର କଙ୍ଘା ବୋଲି କହିବା ସହ ସେ ନିଜେ କୁକୁଡ଼ା ପରି ଦେଖାଯାଉଛନ୍ତି। କଙ୍ଗନା ତାଙ୍କର ଆଚରଣକୁ ଲଜ୍ଜାଜନକ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.