ମୁମ୍ବାଇ,୩୦।୧୧:  ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ପ୍ରାୟତଃ ତାଙ୍କର ରାଗୀ ସ୍ବଭାବ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପାପାରାଜିମାନଙ୍କ ସହିତ ତାଙ୍କର ଏକ ଭିନ୍ନ ସମ୍ପର୍କ ଅଛି; ସେମାନଙ୍କୁ ଦେଖିବା ମାତ୍ରେ ସେ ରାଜି ଯାଆନ୍ତି ।କିନ୍ତୁ ଏପରି କାହିଁକି? ଜୟାଙ୍କୁ କେବେ ପାପାରାଜିଙ୍କ ଭଲ ଭାବରେ କଥାର ହେବାର ଦେଖାଯାଏ ନାହିଁ କାହିଁକି? ଏକ କାର୍ଯ୍ୟକ୍ରମରେ ଜୟା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଜୟା କହିଛନ୍ତି,ଗଣମାଧ୍ୟମ ସହିତ ଭଲ ଭାବରେ ମିଶିଯାଏ,କିନ୍ତୁ ପାପାରାଜିମାନଙ୍କ ପ୍ରତି ମୋର ସମାନ ସମ୍ମାନ ନାହିଁ। ସେ ପାପାରାଜିଙ୍କୁ ‘ମୂଷା’ ବୋଲି ମଧ୍ୟ କହିଥିଲେ। ଜୟାଙ୍କ କହିବା ଅନୁସାରେ ସେମାନେ ଏକ ମୋବାଇଲ୍ ଫୋନ୍ ସାହାଯ୍ୟରେ ଯେକୌଣସି ବ୍ୟକ୍ତିଙ୍କ ଗୋପନୀୟତାକୁ ପ୍ରଭାବିତ କରିଥାନ୍ତି।  ସେ କିଛି ସେଲିବ୍ରିଟିମାନଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଯେଉଁମାନେ ଜାଣିଶୁଣି ପାପାରାଜିମାନଙ୍କୁ ବିମାନବନ୍ଦରକୁ ଫଟୋ ଉଠାଇବାକୁ ନିମନ୍ତ୍ରଣ କରନ୍ତି।

‘ଦି ୱିମେନ’ ର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ‘ମିଡ଼ିଆ ସହିତ ମୋର ଏକ ସୁନ୍ଦର ସମ୍ପର୍କ ଅଛି, ମୁଁ ଯାହା ତାହା ସବୁକିଛି ଗଣମାଧ୍ୟମ ପାଇଁ, କିନ୍ତୁ ପାପାରାଜିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ଏମାନେ କିଏ? ସେମାନେ କ'ଣ ଶିକ୍ଷିତ ଏବଂ ଟ୍ରେନିଂ ନେଇଛନ୍ତି କି  ? ଆପଣ କ'ଣ ସେମାନଙ୍କୁ ମିଡିଆ କୁହନ୍ତି? ମୋ ବାପା ଜଣେ ସାମ୍ବାଦିକ ଥିଲେ। ପ୍ରକୃତ ଗଣମାଧ୍ୟମ ପ୍ରତି ମୋର ଅପାର ସମ୍ମାନ ଅଛି।’

ସେ ଆଗକୁ କହିଲେ, ଯେଉଁମାନେ ଟାଇଟ୍ ପ୍ୟାଣ୍ଟ ପିନ୍ଧି ଏବଂ ମୋବାଇଲ୍ ଫୋନ୍ ଧରି ବୁଲନ୍ତି ସେମାନେ ଭାବନ୍ତି ଯେ କେବଳ ମୋବାଇଲ୍ ଫୋନ୍ ଥିବାରୁ ସେମାନେ କାହାର ଫଟୋ ଉଠାଇପାରିବେ ଏବଂ କିଛି କହିପାରିବେ। ସେମାନେ କି ପ୍ରକାରର କଥା କୁହନ୍ତି? ଏହି ଲୋକମାନେ କେଉଁଠାରୁ ଆସିଛନ୍ତି, ସେମାନଙ୍କର ଶିକ୍ଷା କ'ଣ, ସେମାନଙ୍କର ବ୍ୟାକଗ୍ରାଉଣ୍ଡ କ’ଣ ? ସେମାନେ କ'ଣ ଆମର ପ୍ରତିନିଧିତ୍ୱ କରିବେ? କେବଳ ଏଥିପାଇଁ ଯେ, ସେମାନେ ୟୁଟ୍ୟୁବ୍ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡି ପ୍ଲାଟଫର୍ମରେ ଭିଡିଓ ପୋଷ୍ଟ କରିପାରିବେ?

ଜୟା କହିଥିଲେ, ଦିଲ୍ଲୀର ଜଣେ କର୍ମଚାରୀ ତାଙ୍କୁ ଥରେ କହିଥିଲେ ସେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ କାରଣ ମୋତେ (ଜୟାଙ୍କୁ)  ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଘୃଣା କରନ୍ତି ଲୋକେ।  ଏହାର ଉତ୍ତରରେ ଜୟା କହିଥିଲେ, ‘ଏହାକୁ ନେଇ ମୋତେ କିଛି ଫରକ୍ ପଡେନି। ଯଦି ତୁମେ ମୋତେ ଘୃଣା କର, ତାହା ତୁମର ମତ। ମୋର ମତ ହେଉଛି ମୁଁ ମଧ୍ୟ ତୁମକୁ ବିଲକୁଲ୍ ପସନ୍ଦ କରେ ନାହିଁ। ଆପଣମାନେ ଭାବୁଛନ୍ତି ମୂଷା ପରି ମୋବାଇଲ୍ ଫୋନ୍ ନେଇ କାହାର ଘରେ ପଶିପାରିବେ।’ ଆଜିକାଲି ଅନେକ ଯୁବ ଅଭିନେତା ସୋସିଆଲ ମିଡିଆରେ ବହୁତ ପପୁଲାର ଏବଂ ପ୍ରାୟତଃ ପାପାରାଜି ଭିଡିଓରେ ଦେଖାଯାଆନ୍ତି, କିନ୍ତୁ ଜୟା ବଚ୍ଚନ ଏହି ଧାରାଟିକୁ ସମର୍ଥନ କରନ୍ତି ନାହିଁ। ସେ କହିଥିଲେ, ‘ମୁଁ ଜାଣିନାହିଁ ତୁମେ କାହା ବିଷୟରେ କହୁଛ। ମୋର ନାତି (ଅଗସ୍ତ୍ୟ ) ମଧ୍ୟ ୟଙ୍ଗ, କିନ୍ତୁ ସେ କୌଣସି ସୋସିଆଲ ମିଡିଆ ନେଟଓ୍ବର୍କରେ ନାହିଁ। ଯଦି ତୁମକୁ ଏୟାରପୋର୍ଟରେ ଫଟୋ ଉଠାଇବା ପାଇଁ ଲୋକଙ୍କୁ ଡାକିବାକୁ ପଡ଼େ, ତେବେ ତୁମେ କି ପ୍ରକାରର ସେଲିବ୍ରିଟି?