ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ମନରେଗା ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ସରପଞ୍ଚ

Published By : Prameya | May 20, 2025 4:24 PM

କୋକସରା/ଧର୍ମଗଡ଼,୨୦।୫: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜ୍ୟ ରେ ଗ୍ରାମାଞ୍ଚଳରେ ଥିବା ଶ୍ରମିକ ପରିବାର କୁ ରୋଜଗାର ଯୋଗାଇ ଦିଆଯାଉଛି।  ପ୍ରତି ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ଅନେକ ସମୟରେ ଶ୍ରମିକଙ୍କ ମଜୁରୀ ମିଳିବାରେ କିଛି  ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ସମୟରେ ଶ୍ରମିକ ମାନେ ଏହି ଯୋଜନାରୁ ମୁହଁମୋଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଥାଏ।ତେବେ ନିଜ ପଞ୍ଚାୟତର ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତର ସରପଞ୍ଚ ମନରେଗା ଯୋଜନାରେ ମାଟି କାମ କରୁଥିବା ଶ୍ରମିକଙ୍କ ସହ ମିଶି ମାଟି ବୋହି ଏକ ନିଆଁରା ଉଦାହରଣ ସୃଷ୍ଟି କରିଛନ୍ତି। 

ଜୟନ୍ତପୁର ପଞ୍ଚାୟତର ଖଲିଆକଟା ବନ୍ଧ ମାଟିକାମ ବର୍ତ୍ତମାନ ମନରେଗା ଯୋଜନାରେ ଚାଲୁଅଛି। ମଙ୍ଗଳବାର ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ବନ୍ଧ କାର୍ଯ୍ୟ ନିକଟରେ ପହଞ୍ଚି ଶ୍ରମିକ ପରିବାର ସହ ମିଶି ମାଟି ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ। ସରପଞ୍ଚ ହେଲେ ବି ଜଣେ ମଣିଷ, ଶ୍ରମିକ ମାନେ ହେଉଛନ୍ତି ଆମ ପଞ୍ଚାୟତର ମେରୁଦଣ୍ଡ । ସେମାନଙ୍କ ବିନା କୌଣସି ଉନ୍ନୟନ କାର୍ଯ୍ୟର ପରିକଳ୍ପନା ଅସମ୍ଭବ ବୋଲି କହିଛନ୍ତି। ଶ୍ରମିକ ଙ୍କ ସହ ମିଶି ମାଟି ବୋହି ନିଜକୁ ନିଜେ ବହୁତ ଖୁସି ଅନୁଭବ କରିବା ସହ ଆମେ ସମସ୍ତେ ସମାନ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.