ପାଣିକୋଇଲି, ୧୪।୫: ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତରେ ହେଉଥିବା ଆରଆଇ ଅଫିସରେ ମାଟି ପକାଇବା ପାଇଁ ବିନା ଅନୁମତିରେରେ ମାଟି ଖୋଲା ଯାଉଥିଲା। କୋଣସି ସୂତ୍ରରୁ ଖବର ପାଇ କାମ ଚାଲିଥିବା ବେଳେ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧିକାରୀ ଓ ପୁଲିସ ଅଚାନକ ଚଢ଼ାଉ କରିଥିଲେ l
ଜେସିବି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖଣି ବିଭାଗ ଓ ପୋଲିସ ଜେସିବି ଓ ଟ୍ରାକଟରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି l ଏହି ଚଢାଉରେ କନିଷ୍ଠ ଖଣି ଅଧିକାରୀ ବିଶ୍ୱଜିତ ସ୍ୱାଇଁ ଏବଂ ତାଙ୍କ ଟିମ ସାମିଲ ହୋଇଥିଲେ l