ପାଣିକୋଇଲି, ୧୪।୫: ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା  ପଂଚାୟତରେ  ହେଉଥିବା ଆରଆଇ ଅଫିସରେ ମାଟି ପକାଇବା ପାଇଁ  ବିନା ଅନୁମତିରେରେ ମାଟି ଖୋଲା ଯାଉଥିଲା। କୋଣସି  ସୂତ୍ରରୁ   ଖବର ପାଇ କାମ ଚାଲିଥିବା ବେଳେ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧିକାରୀ ଓ ପୁଲିସ ଅଚାନକ  ଚଢ଼ାଉ କରିଥିଲେ l

 ଜେସିବି   ଡ୍ରାଇଭର  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।  ଖଣି ବିଭାଗ  ଓ ପୋଲିସ   ଜେସିବି ଓ ଟ୍ରାକଟରକୁ  ଥାନାରେ ଅଟକ ରଖି ତଦନ୍ତ କରୁଛି l ଏହି ଚଢାଉରେ କନିଷ୍ଠ ଖଣି ଅଧିକାରୀ ବିଶ୍ୱଜିତ ସ୍ୱାଇଁ  ଏବଂ ତାଙ୍କ ଟିମ ସାମିଲ ହୋଇଥିଲେ l