ପିପିଲି୨୯।୧୨ , ଦାଦାବଟି କୁ କେନ୍ଦ୍ର କରି ବୋମା ମାଡ଼ । କେନାଲ କାମ ଚାଲୁଥିବା ବେଳେ ୫ରୁ ଊର୍ଦ୍ଧ୍ବ ପଡିଲା ବୋମା । ଏଥିରେ ଗୋଟିଏ ଜେସିବି ଭାଙ୍ଗିଯାଇଛି। ପିପିଲି ସହଜ ପୁର ପଞ୍ଚାୟତ ର ପୋସଲ ମାଇନର କେନାଲ ନିକଟରେ ବୋମା ମାଡ଼ ହୋଇଛି। 

 ପିପିଲି ସହଜ ପୁର ପଞ୍ଚାୟତ ର ପୋସଲ ମାଇନର କେନାଲ କାମ ଚାଲୁଥିବା ବେଳେ ୫ରୁ ଉର୍ଦ୍ଧ ବୋମା ପକାଇଥିଲେ ଦୁର୍ବୃତ୍ତ। ଏଥିରେ ଗୋଟେ ଜେସିବି ମେସିନ ଭାଙ୍ଗିଯାଇଛି। କେନାଲ କାମରେ ନିୟୋଜିତ ଥିବା କର୍ମଚାରୀ ଙ୍କ କ୍ୟାମ୍ପ ଉପରକୁ ଲକ୍ଷ୍ୟ କରି ଏହି   ବୋମା ମାଡ଼ ହୋଇଥିବା କାର୍ଯ୍ୟରତ ସୁପରଭାଇଜର   କହିଛନ୍ତି । 

କିଛି ଦିନ ପୂର୍ବରୁ ଠିକାଦାରଙ୍କୁ ଅସାମାଜିକ ଯୁବକ ମାନେ ଦାଦା ବଟି ମାଗିଥିଲେ । ତେବେ ବଟି ଦେବା ବିଳମ୍ବ ହେବାରୁ ଗତକାଲି ରାତିରେ ୩ରୁ ଉର୍ଦ୍ଧ ଦୃର୍ବୁତ୍ତ କାମ ଚାଲୁଥିବା କ୍ୟାମ୍ପ ଉପରେ ବୋମାମାଡ କରିଥିବା ସୂଚନା ମିଳିଛି । ଏହି ବୋମାମାଡ଼ ରେ ଠିକା କାର୍ଯ୍ୟ ରେ ନିୟୋଜିତ ଥିବା ୪୦ରୁ ଉର୍ଦ୍ଧ କର୍ମଚାରୀ ଭୟଭୀତ ରେ ଥିବା ବେଳେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି ।