ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ ଗସ୍ତର ଦ୍ୱିତୀୟ ଦିନରେ ଜୟପୁରରେ ଆମେରିକା ରାଷ୍ଟ୍ରପତି, ପରିଦର୍ଶନ କରିବେ ଆମେର ଫୋର୍ଟ

Published By : Anindita Ratha | April 22, 2025 8:54 AM

ନୂଆଦିଲ୍ଲୀ,୨୨/୦୪: ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ଉପରାଷ୍ଟ୍ରପତି ଜେଡିଙ୍କ ସହ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସ  ଏବଂ ସେମାନଙ୍କ ପିଲାମାନଙ୍କ ସହିତ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ପ୍ରଥମ ଦିନରେ ଭାନ୍ସ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିବା ବେଳେ ଗସ୍ତର ଦ୍ବିତୀୟ ଦିନର ସେ ଜୟପୁରରେ ପହଞ୍ଚିଛନ୍ତି। ଯେଉଁଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ସେ ଆଜି ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକା-ଭାରତ ସମ୍ପର୍କ ଉପରେ ଏକ ଭାଷଣ ମଧ୍ୟ ଦେବେ। ଜେଡି ଭାନ୍ସଙ୍କ ଜୟପୁର ଗସ୍ତ ପାଇଁ ପୋଲିସ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି। ଭାନ୍ସଙ୍କ ସୁରକ୍ଷା ପାଇଁ ୭ ଜଣ ଆଇପିଏସ୍ ଅଧିକାରୀ, ୨୦ ଜଣ ଅତିରିକ୍ତ ଡିସିପି, ୪୦ ଜଣ ଏସିପି, ୩୦୦ ଜଣ ଏଏସ୍ଆଇ, ଏସ୍ଆଇ ଏବଂ ସିଆଇଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ, ୨୧ଶହ କନଷ୍ଟେବଳଙ୍କୁ କ୍ଷେତ୍ରରେ ନିୟୋଜିତ କରାଯାଇଛି।  

ଏନେଇ, ଅତିରିକ୍ତ ପୋଲିସ କମିଶନର ଆଇନ ଏବଂ ଶୃଙ୍ଖଳା ରାମେଶ୍ୱର ସିଂହ କହିଛନ୍ତି ଯେ ଆଗାମୀ ୪ ଦିନ ପାଇଁ ଜୟପୁରକୁ ହାଇ ଆଲର୍ଟରେ ରଖାଯାଇଛି। ବେନ୍ସଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ବିକଳ୍ପ ରାସ୍ତା ମଧ୍ୟ ରଖିଛି।ତେବେ ଜେଡି ଭାନ୍ସ ଗତକାଲି ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ତିନି ସନ୍ତାନ ଇଭାନ୍, ବିବେକ ଏବଂ ମାରିବେଲଙ୍କ ସହିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ। ଏହା ପରେ ସେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.