ପ୍ରମୂଖ ଖବର
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଭାରତ-ପାକିସ୍ତାନ ଯୁଦ୍ଧରେ ହାତ ଟେକିଦେଲା ଆମେରିକା, ନିରାଶ ହେଲା ପାକିସ୍ତାନ, ଉପରାଷ୍ଟ୍ରପତି କହିଲେ ଯୁଦ୍ଧ ନିୟନ୍ତ୍ରଣରେ ରହିବନି ଆମର ଭୂମିକା...

Published By : Prameya | May 9, 2025 1:30 PM

ନୂଆଦିଲ୍ଲୀ: ବେଳକୁ ବେଳ ଘନୋଉଛି ଭାରତ-ପାକିସ୍ତାନ ଯୁଦ୍ଧ। ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା। ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ଉଗ୍ର ହେବାରେ ଲାଗିଛି । ପାକିସ୍ତାନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିସାରିଲାଣି ଭାରତ। ଏଭଳି ସ୍ଥିତିରେ ଭାରତକୁ ସାରା ବିଶ୍ବ ସମର୍ଥନ ଜଣାଇଛନ୍ତି। ସେପଟେ ଏକ ପ୍ରକାର ଏକ ଘରିଆ ହେବାକୁ ବସିଲାଣି ଆତଙ୍କୀସ୍ତାନ ପାକିସ୍ତାନ। ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡରେ ହାତ ମାରିଥିବା ପାକିସ୍ତାନ ପାଇଁ ପ୍ରମାଦ ବଢିବାରେ ଲାଗିଲାଣି। ନିଜ ଦେଶର ଲୋକ ମାନେ ତ୍ରାହୀ ତ୍ରାହୀ ଡାକିବା ଆରମ୍ଭ କଲେଣି। ଖୋଦ ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଦଳର ସାଂସଦ ନିଜ ସରକାର ଉପରେ ଭରସା ତୁଟାଇ ସାରିଲେଣି। ସଂସଦରେ ଭୋ ଭୋ ହୋଇ କାନ୍ଦି କହିଲେଣି ହେ ଆଲ୍ଲା ଆମକୁ ରକ୍ଷା କର...      

ଆଉ ଏହି ଘଡିସନ୍ଧି ମୁହୂର୍ତ୍ତରେ ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ଆମେରିକା ଉପରାଷ୍ଟ୍ରପତିଙ୍କ ବୟାନ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଆମେରିକାର ନାହିଁ କିଛି ସମ୍ପର୍କ। ଯୁଦ୍ଧ ରୋକି ପାରିବୁନି ଆମେ । ଏହାକୁ ନିୟନ୍ତ୍ରଣ କରିବାରେ ଆମେରିକାର ରହିବନି କିଛି ଭୂମିକା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିପରି କମିବ ସେଥିପାଇଁ ପରୋକ୍ଷରେ ପ୍ରୟାସ କରିପାରୁ, ହେଲେ ପ୍ରତ୍ୟକ୍ଷ ଭାବେ କୌଣସି ହସ୍ତକ୍ଷେପ କରିବୁ ନାହିଁ । 

ଭେନ୍ସ ଆହୁରି ମଧ୍ୟ କହିଛନ୍ତି କି, ଆମେ ଦୁଇ ଦେଶକୁ ଅସ୍ତ୍ର ଛାଡିବାକୁ କହିପାରିବୁ ନାହିଁ। ଆମେରିକା ଏହାକୁ କୂଟନୈତିକ ସ୍ତରରେ ସମାଧାନ କରିବାକୁ ଚେଷ୍ଟା କରିପାରେ। ହେଲେ ଏ ଯୁଦ୍ଧ ଯେପରି ଉଗ୍ର ନେହେଉ, ଆଉ ପରମାଣୁ ଅସ୍ତ୍ର ଆଡକୁ ନଆଗଉ। ଏହା ଆମର ବିଶ୍ବାସ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.