ନୂଆଦିଲ୍ଲୀ: ଇରାନକୁ ନେଇ ସିଚୁଏସନ୍ ରୁମ୍‌ରେ ଏକ ବୈଠକ ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ ବିରୋଧରେ ଖୋଲାଖୋଲି ସମାଲୋଚନା କରିଥିଲେ। ଭାନ୍ସ କହିଛନ୍ତି ଯେ, ପେଣ୍ଟାଗନ୍ ମିଛ କହୁଛି ଏବଂ ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଉନାହିଁ, ଯାହା ଯୁଦ୍ଧ ପରିସ୍ଥିତିକୁ ଅସ୍ପଷ୍ଟ କରୁଛି। ଦି ଆଟଲାଣ୍ଟିକ୍ ମାଗାଜିନ୍ ଏହା ରିପୋର୍ଟ କରିଛି। ବୈଠକ ସମୟରେ, ଭାନ୍ସ ଟ୍ରମ୍ପଙ୍କୁ କହିଥିଲେ ଯେ ଆମର ଅସ୍ତ୍ରଶସ୍ତ୍ର ସରିଯାଉଛି। "ଯଦି ଚୀନ୍ କିମ୍ବା ଉତ୍ତର କୋରିଆ ଭବିଷ୍ୟତରେ କିଛି କରେ, ତେବେ ଆମେ ଜବାବ ଦେଇପାରିବୁ ନାହିଁ।" ତେବେ ଭାନ୍ସଙ୍କ ସ୍ପଷ୍ଟ ବିରୋଧ ଏପରି ସମୟରେ ଆସିଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଚିନ୍ତାରେ ଅଛନ୍ତି କି, ଇରାନ ଉପରେ ପରବର୍ତ୍ତୀ ନିଷ୍ପତି କ’ଣ ନେବେ ...

ଟ୍ରମ୍ପ୍ ଇରାନ ଯୁଦ୍ଧକୁ ନେଇ ଚିନ୍ତିତ...

ଆକ୍ସିଓସ୍ ଅନୁଯାୟୀ, ଟ୍ରମ୍ପ ଇରାନ ଯୁଦ୍ଧ ବିଷୟରେ ଚିନ୍ତିତ। ଆମେରିକା ଭୟ କରୁଛି ଯେ ଇରାନ ଏକ ଦୀର୍ଘକାଳୀନ ଶୀତଳ ଯୁଦ୍ଧ ଭଳି ସଂଘର୍ଷରେ ଫସାଇଦେବ, କାରଣ ଟ୍ରମ୍ପ ଯେଉଁ ପ୍ରସଙ୍ଗ ଗୁଡ଼ିକ ଉପରେ ଆପୋଷ ଆଲୋଚନା କରିବାକୁ ଚାହାଁନ୍ତି ତାହା ଉପରେ ଇରାନ ଆଲୋଚନା କରିବାକୁ ଚାହୁଁନାହିଁ। ଟ୍ରମ୍ପ ତାଙ୍କର ଜଣେ ପରାମର୍ଶଦାତାଙ୍କୁ କହିଛନ୍ତି ଯେ ଇରାନ କେବଳ ବୋମା ବ୍ୟବହାର କରିବାକୁ ପସନ୍ଦ କରୁଛି କିନ୍ତୁ ଆପୋଷ ସମାଧାନ ବିଷୟରେ ଚିନ୍ତା କରୁ ନାହିଁ।

ଟ୍ରମ୍ପଙ୍କୁ ମେ ୧ ତାରିଖରେ ଇରାନ ଯୁଦ୍ଧ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଯଦି ସେ ଯୁଦ୍ଧକୁ ବଢାଇବାକୁ ଚାହାଁନ୍ତି, ତେବେ ତାଙ୍କୁ ଏଥିପାଇଁ ଏକ ପ୍ରସ୍ତାବ ଆଣିବାକୁ ପଡିବ। ସମ୍ପ୍ରତି, ଟ୍ରମ୍ପ ଏକ ବିବୃତ୍ତିରେ କହିଛନ୍ତି, "ଆମେ ୧୮ ବର୍ଷ ଧରି ଭିଏତନାମରେ ରହିଥିଲୁ।"

ପେଣ୍ଟାଗନର ବିରୋଧ କାହିଁକି ?

ଦି ଆଟଲାଣ୍ଟିକ୍ ଅନୁଯାୟୀ, ଭାନ୍ସ କହିଛନ୍ତି ଯେ ଇରାନ ପାଖରେ ଏବେ ବି ବହୁତ ଅସ୍ତ୍ରଶସ୍ତ୍ର ଅଛି। ତାଙ୍କ ସହ ଯୁଦ୍ଧ କରି କୌଣସି ଲାଭ ନାହିଁ। ଏପଟେ ଆମର ଅସ୍ତ୍ରଶସ୍ତ୍ର ସରି ଆସୁଛି। ଭାନ୍ସ ପେଣ୍ଟାଗନକୁ ସଠିକ୍ ବିବରଣୀ ପ୍ରଦାନ କରିବାକୁ ଦାବି କରିଥିଲେ। ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ପେଣ୍ଟାଗନର ମୁଖ୍ୟ।

ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ମାର୍ଚ୍ଚ ୨୭ ତାରିଖରେ ଏକ ରିପୋର୍ଟ ପ୍ରକାଶ କରିଥିଲା,ଯେଉଁଥିରେ କୁହାଯାଇଥିଲା ଯେ ୮୫୦ ଟମହକ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି। ପରବର୍ତ୍ତୀ ସମୟରେ ୱାଶିଂଟନ୍ ପୋଷ୍ଟ ରିପୋର୍ଟ କରିଥିଲା ଯେ ପ୍ରାୟ ୧୨ ଶହ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି।

ରିପୋର୍ଟ ଅନୁଯାୟୀ, ଆମେରିକା ନିକଟରେ ବର୍ତ୍ତମାନ ପ୍ରାୟ ୨୮୦୦ କ୍ଷେପଣାସ୍ତ୍ର ରିଜର୍ଭରେ ଅଛି। ଏହା ଲକ୍ଷ୍ୟ ଅପେକ୍ଷା ୪୦ ପ୍ରତିଶତ କମ୍। ତଥାପି, ପେଣ୍ଟାଗନ କହିଛି ଯେ ଏହାର ଅସ୍ତ୍ରଶସ୍ତ୍ରର କୌଣସି ଅଭାବ ନାହିଁ। ଏପର୍ଯ୍ୟନ୍ତ, ଇରାନ ଯୁଦ୍ଧରେ ଆମେରିକା ଇରାନ ଉପରେ ୧୨ ହଜାରରୁ ଅଧିକ ଆକ୍ରମଣ କରିଛି। ଏହି ଆକ୍ରମଣ ଗୁଡ଼ିକ ଏହାର ଗୋଳାବାରୁଦ ଭଣ୍ଡାରକୁ କ୍ଷୟ କରିଥିବା ମଧ୍ୟ କୁହାଯାଉଛି। 

ଏହା ସହ ପଢନ୍ତୁ : ଏବେ ଯଦି ଚୀନ୍ ଆକ୍ରମଣ କରେ ଯୁଦ୍ଧ ହାରିଯିବ ଆମେରିକା ! ସତ ମାନିନେଲେ ଆମେରିକୀୟ ସୈନିକ, କହିଲେ ଆମେ ପ୍ରସ୍ତୁତ ନୁହଁ...