ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

JEE Mains; ମୋବାଇଲ୍‌ଠୁ ଦୂରେଇ କରୁଥିଲେ ସେଲ୍ଫ ଷ୍ଟଡ଼ି, ଓଡ଼ିଶା ଟପ୍ପର କହିଲେ ସଫଳତାର ମନ୍ତ୍ର

Published By : Ankita S | April 19, 2025 1:41 PM

ଭୁବନେଶ୍ୱର,୧୯/୦୪: ଜେଇଇ ମେନ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୪ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାର ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ମୋବାଇଲ୍‌ଠୁ ଦୂରରେ ଥିଲେ । ସେଲ୍ଫ ଷ୍ଟଡି କରୁଥିଲେ । ଦିନକୁ ପ୍ରାୟ ୮ ରୁ ୯ ଘଣ୍ଟା ପଢୁଥିଲେ । ଏବେ ଜେଇଇ ମେନ୍‌ରେ ଅଲ ଇଣ୍ଡିଆ ରାଙ୍କ ୱାନ୍ ହାସଲ କରିଛନ୍ତି ଭୁବନେଶ୍ୱରର ଓମ୍ ପ୍ରକାଶ ବେହେରା । ଏହି ସଫଳତା ହାସଲ କରି ସେ ଦେଶରେ ଓଡ଼ିଶାର ନାଁ ରଖିଛନ୍ତି । କଠିନ ପରିଶ୍ରମ ବଳରେ ସଫଳତା ନିଶ୍ଚିତ ମିଳେ ତାହା ପ୍ରମାଣ କରିଛନ୍ତି ଓମ୍ ।

୨୦୦୮ ଜାନୁଆରୀ ୧୨ରେ ଏକ ସାଧାରଣ ପରିବାରରେ ଓମ୍ ପ୍ରକାଶଙ୍କର ଜନ୍ମ । ତାଙ୍କ ବାପା କମଳକାନ୍ତ ବେହେରା ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ । ମାଆ ସ୍ମିତା ଜଣେ ଅଧ୍ୟାପିକା । ଓମ୍‌ଙ୍କ ପାଠପଢାର ତଦାରଖ ପାଇଁ ତାଙ୍କ ମାଆ ଚାକିରି ଜୀବନରୁ ୩ ବର୍ଷ ବ୍ରେକ୍ ନେଇଥିଲେ । କୋଟାରେ ଓମ୍‌ଙ୍କ ସହ ରହୁଥିଲେ । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ଓ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ଓମ୍ । ଦଶମରେ ସେ ୯୨% ମାର୍କ ରଖିଥିଲେ । ଏହାପରେ କୋଟାର ଏଲନ କ୍ୟାରିୟର ଇଷ୍ଟିଚ୍ୟୁଟରେ ଭର୍ତ୍ତି ହୋଇଥିଲେ । 

୩ ବର୍ଷ ହେବ ସେଠି ଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ । ଦିନକୁ ୮ରୁ୯ଘଣ୍ଟା ପଢୁଥିଲେ । ସବୁ ପରୀକ୍ଷା ଦେବା ପରେ କେଉଁଠି ଭୁଲ ରହିଲା ସେନେଇ ସମୀକ୍ଷା କରୁଥିଲେ । ଏବେ ୨୦୨୫ ଜେଇଇ ମେନ୍ ସେସନ୍‌ରେ ସେ ଓଡ଼ିଶାରୁ ଅଲ ଇଣ୍ଡିଆ ରାଙ୍କ-୧ ହାସଲ କରିଛନ୍ତି। ୩୦୦ରୁ ୩୦୦ ମାର୍କ ରଖିଛନ୍ତି । କଠିନ ପରିଶ୍ରମ, ଅନୁଶାସନ ଓ ପାଠ ପଢା ପ୍ରତି ସମର୍ପଣ ଭାବ ବଳରେ ଏହି ସଫଳତା ହାସଲ କରିଛନ୍ତି ଓମ୍ ପ୍ରକାଶ । ସେ କୁହନ୍ତି, ବାପାମାଆଙ୍କ ସମର୍ଥନ ଏବଂ ଆଶୀର୍ବାଦ ତାଙ୍କ ସଫଳତା ପଛର ମୂଳ କାରଣ। ଏହି ସଫଳତା ହାସଲ କରି ଜେଇଇ ଆଶାୟୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେ । 


ଅଧିକ ପଢନ୍ତୁ...ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ,୨୪ ପରୀକ୍ଷାର୍ଥୀଙ୍କର ୧୦୦% ମାର୍କ

ଜେଇଇ ମେନ-୨୦୨୫ ରେଜଲ୍ଟ ପ୍ରକାଶ ପାଇଛି । ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି । ଅର୍ଥାତ୍ ୩୦୦ରୁ ୩୦୦ ମାର୍କ ରଖଛନ୍ତି । ସେମାନଙ୍କ ମଧ୍ୟରେ ୨୨ଜଣ ଛାତ୍ର ଓ ୨ଜଣ ଛାତ୍ରୀ ରହିଛନ୍ତି । ଦୁଇଟି ସେସନ୍‌ରେ ୧୪,୭୫,୧୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡ଼ିଶାରୁ ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ଓମ୍ ତାଙ୍କ ସଫଳତାର ଶ୍ରେୟ କୋଚିଂ ଟିଚରଙ୍କୁ ଦେଇଛନ୍ତି । ମୁମ୍ବାଇ ଆଇଆଇଟିରେ ବି-ଟେକ୍ କରିବାକୁ ସେ ଆଶା ରଖିଛନ୍ତି । ଏବେ ଜେଇଇ ଆଡଭାନ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ଓମ୍ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.