ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ,୨୪ ପରୀକ୍ଷାର୍ଥୀଙ୍କର ୧୦୦% ମାର୍କ

Published By : Ankita S | April 19, 2025 9:58 AM

ନୂଆଦିଲ୍ଲୀ,୧୯/୦୪: ଜେଇଇ ମେନ ରେଜଲ୍ଟ ୨୦୨୫ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରେ ୨୨ଜଣ ଛାତ୍ର ଓ ୨ଜଣ ଛାତ୍ରୀ ରହିଛନ୍ତି । ଓଡ଼ିଶାରୁ ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟ Jeemain.nta.nic.inରେ ଦେଖିପାରିବେ ।

ପ୍ରକାଶିତ ରେଜଲ୍ଟରେ ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ଅର୍ଥାତ ୩୦୦ରୁ ୩୦୦ ମାର୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାଜସ୍ଥାନରୁ ସର୍ବାଧିକ ୭ ଜଣ ଟପ୍ପର ହୋଇଛନ୍ତି । ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ୪ ଜଣ, ଉତ୍ତରପ୍ରଦେଶରୁ ୩ଜଣ, ପଶ୍ଚିମବଙ୍ଗରୁ ୨ଜଣ ଏବଂ ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି । ଟପ୍ପରଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀ ରହିଛନ୍ତି । ପଶ୍ଚିମବଙ୍ଗର ଦେବଦତ୍ତ ମାଝୀ ଓ ଆନ୍ଦ୍ରପ୍ରଦେଶରୁ ସାଇ ମାନୋଗନା ଗୁଠିକୋଣ୍ଡା ରହିଛନ୍ତି ।

ଦୁଇଟି ପର୍ଯ୍ୟାୟରେ ଜାନୁଆରୀରୁ ଏପ୍ରିଲ ଯାଏଁ ଜେଇଇ ମେନ୍ ପରୀକ୍ଷା ହୋଇଥିଲା । ଦୁଇଟି ସେସନ୍‌ ପାଇଁ ମୋଟ ୧୫,୩୯,୮୪୮ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍ କରିଥିଲେ । ୧୪,୭୫,୧୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଜାନୁଆରୀରରେ ହୋଇଥିବା ସେସନ୍‌ରେ ୧୨,୫୮,୧୩୬ ଛାତ୍ରଛାତ୍ର ପରୀକ୍ଷା ଦେଇଥିବାବେଳେ ଏପ୍ରିଲରେ ୯,୯୨,୩୫୦ ଜଣ ପରୀକ୍ଷା ଦେଇଥିଲେ । ଏହି କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ୧୩ଟି ଭାଷାରେ ୩୦୦ ସହରରେ ହୋଇଥିଲା । ସେଥିରୁ ଦୁବାଇ, ସିଙ୍ଗାପୁର, ଦୋହା ଓ ୱାସିଂଟନ ଡିସି ଅନ୍ତର୍ଜାତୀୟ ପରୀକ୍ଷା କେନ୍ଦ୍ର ଥିଲା ।

ପରୀକ୍ଷାରେ EWS ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ୮୦. ୩୮ କଟ୍‌ଅଫ୍ ରହିଛି । ସେହିପରି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୭୯.୪୩ କଟଅଫ୍ ଥିବାବେଳେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ଯଥାକ୍ରମେ ୬୧.୧୫ ଓ ୪୭.୯୦ କଟ୍‌ଅଫ୍ ରହିଥିଲା । ଏପ୍ରିଲ ୨ରୁ ୯ ଯାଏ ଜେଇଇ ମେନ୍‌ର ଦ୍ବିତୀୟ ସେସନ୍‌ ହୋଇଥିଲା । ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଆଇଆଇଟି ପରି ଉଚ୍ଚ ଶିକ୍ଷା ସଂସ୍ଥାରେ ପଢିବାକୁ ହେଲେ ଜେଇଇ ମେନ୍ ପରୀକ୍ଷା ଦେବାକୁ ପଡିଥାଏ ।

ରେଜଲ୍ଟ କିପରି ଚେକ କରିବେ ?

ଛାତ୍ରଛାତ୍ରୀମାନେ Jeemain.nta.nic.in ୱେବସାଇଟ ଲଗ ଇନ୍ କରନ୍ତୁ । ସେସନ ୧ ସ୍କୋରକାର୍ଡ ଡାଉନଲୋଡ଼ ଲିଙ୍କରେ କ୍ଲିକ କରନ୍ତୁ । ଆବଶ୍ୟକ ତଥ୍ୟ ଯେପରି ଆପ୍ଲିକେସନ ନମ୍ବର ଓ ପାସୱାର୍ଡ ଦେଇ ସାଇଟରେ ଲଗ-ଇନ କରନ୍ତୁ । ଏହାପରେ ଆପଣ ନିଜ ରେଜଲ୍ଟ ଦେଖିପାରିବା ସହ ଡାଉନଲୋଡ ମଧ୍ୟ କରିପାରିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.