ଭଦ୍ରକ,୨୩।୧୦- ଜୁଏଲର ମାଲିକଙ୍କୁ ଘର ଆଗରେ ବନ୍ଧୁକ ଦେଖାଇଲେ । ମାରଣାସ୍ତ୍ରରେ ହାଣି ନେଇଗଲେ ଦୋକାନ ଚାବି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଘଟଣା ।
ସୂଚନା ଅନୁଯାୟୀ ଶାନ୍ତି ଗୋଲ୍ଡ ର ମାଲିକ ଦୋକାନ ବନ୍ଦ କରି କାରରେ ଚରମ୍ପା ସ୍ଥିତ ଘରକୁ ଫେରୁଥିଲେ । ଡ୍ରାଇଭର ଘର ସମ୍ମୁଖରେ କାର ରଖି ଗେଟ ଖୋଲୁଥିବା ବେଳେ ଦୁବୃର୍ତ୍ତ ଆକ୍ରମଣ କରିଛନ୍ତି । ଗୋଟିଏ ବାଇକରେ ଆସିଥିବା ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇଥିଲେ । ଦୋକାନ ମାଲିକ ନବନିତ ପରେଖଙ୍କ ଗାଡ଼ି ରେ ସୁନା ଗହଣା ନଥିବାରୁ ଦୁବୃର୍ତ୍ତ ମାନେ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଦୋକାନ ଚାବି ନେଇ ଚଂପଟ ମାରିଛନ୍ତି । ଗୁରୁତର ଅବସ୍ଥାରେ ଶାନ୍ତି ଗୋଲ୍ଡର ମାଲିକଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।