ପ୍ରମୂଖ ଖବର
  • ଶ୍ରୀଗୁଣ୍ଡିଚା ଅବସରରେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୁରୀ: ଆରମ୍ଭ ହେଲା ପହଣ୍ଡି ବିଜେ, ଘଣ୍ଟ ଘଣ୍ଟା ନାଦରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଲେ ପ୍ରଭୁ ସୁଦର୍ଶନ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ସୁଆରମହାସୁଆର ନିଯୋଗର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଲେ
  • ||
  • ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ଘୋଷଯାତ୍ରା, ଭକ୍ତି ଓ ଭାବାବେଗର ଉତ୍ସବରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
  • ||
  • ଭାବ ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ, ସକାଳୁ ସକାଳୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଅପେକ୍ଷାରେ ରଥ-ଭକ୍ତ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

Published By : Harapriya Sethi | June 27, 2025 9:11 AM

ଝରିଗାଁ,୨୭/୦୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାରେ ଥିବା ଡାଇନିଗୁଡ଼ା ଗ୍ରାମ ନିକଟରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ନେଉଥିବା ସମୟରେ ସାଲୁର ନିକଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ମୁତାବକ, ଝରିଗାଁ ସିରାଗୁଡା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ(୨୧ ବର୍ଷ) ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ(୩୦ ବର୍ଷ) ଏବଂ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮ ବର୍ଷ) ଗୁରୁବାର ସନ୍ଧ୍ୟା ସମୟରେ କୌଣସି କାମରେ ଏକ କାର୍‌ ଯୋଗେ ଫୁପୁଗାଁ ରାସ୍ତାରେ ଯାଉଥିଲେ । ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ତେନ୍ତୁଳି ଗଛ ଏବଂ ଆମ୍ବ ଗଛ ସହ ଧକ୍କା ହୋଇଥିଲା।ଫଳରେ ଘଟଣା ସ୍ଥଳରେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ରିସ ଜୈନ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ କ୍ରିସ ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା କରି ତୁରନ୍ତ ବିଶାଖାପାଟଣା ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଶୁକ୍ରବାର ଭୋର ୪ଟାରେ ବିଶାଖାପାଟଣା ସ୍ଥାନାନ୍ତର ହେବା ବେଳେ ବାଟରେ ହିଁ କ୍ରିସ୍ ଜୈନଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ପରିବାରର ଦୁଇ ଭାଇ ଏବଂ ନିଜ ସମ୍ପର୍କୀୟ ଭାଇ ମର୍ମନ୍ତୁତ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଝରିଗାଁ ଆଇଆଇସି ପ୍ରଦୀପ କୁମାର ଶବର ସୂଚନା ଦେଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.