ଝାଡ଼ଖଣ୍ଡ, ୧୯/୧୦ :  ଝାଡ଼ଖଣ୍ଡ ଲାଗି ବିଜେପି ୬୬ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ସୀତା ସୋରେନଙ୍କୁ ପାର୍ଟି ଜାମତାଡ଼ାରୁ ଟିକେଟ ଦେଇଛି । ବିଜେପି ପ୍ରଦେଶାଧ୍ୟକ୍ଷ ବାବୁଲାଲ ମାରାଣ୍ଡିଙ୍କୁ ଧନଓ୍ବାରରୁ ନିର୍ବାଚନୀ ମୈଦାନରେ ଓହ୍ଲାଇଛି ।

ଏହି ୬୬ପ୍ରାର୍ଥୀଙ୍କ ତାଲିକାରେ ପୂର୍ବତନ ସିଏମ୍ ଚମ୍ପାଇ ସୋରେନ, ଗୀତା ବାଲମୁଚୁ, ପୂର୍ବତନ ସାଂସଦ ଗୀତା କୋଡ଼ା, ମୀରା ମୁଣ୍ଡାଙ୍କ ନାଁ ବି ସାମିଲ ରହିଛି । ଚମ୍ପାଇ ସୋରେନ ସରାୟକେଲାରୁ ନିର୍ବାଚନ ଲଢିବେ । ଚମ୍ପାଇ ସୋରେନ ଗତ ନିର୍ବାଚନରେ ଜେଏମଏମ ଟିକେଟରୁ ଲଢିଥିଲେ ।

ଦୁମକାରୁ ବିଜେପି ସୁନୀଲ ସୋରେନଙ୍କୁ ଟିକେଟ ଦେଇଛି । ସୁନୀଲ ସୋରେନ ବିଜେପରୁ ୨୦୧୯ରେ ସାଂସଦ ଥିଲେ । ମାତ୍ର ୨୦୨୪ ନିର୍ବାଚନରେ ତାଙ୍କ ଟିକେଟ୍ କାଟି ଜେଏମଏମରୁ ବିଜେପିରେ ସାମିଲ ହୋଇଥିବା ସୀତା ସୋରେନଙ୍କୁ ଟିକେଟ ଦିଆଯାଇଥିଲା । ସେହିଭଳି ଚମ୍ପାଇ ସୋରେନଙ୍କୁ ନିଜ ପରମ୍ପରାଗତ ସିଟ ସରାୟକେଲାରୁ ଟିକେଟ ମିଳିଛି । ଚମ୍ପାଇ ସୋରେନଙ୍କ ପୁଅକୁ ବି ଟିକେଟ ମିଳିଛି । ବାବୁଲାଲ ସୋରେନଙ୍କୁ ପାର୍ଟି ଘାଟଶିଲାରୁ ପ୍ରାର୍ଥୀ କରିଛି ।