ନୀଳଗିରି,୧୧/୧୨(ଆ.ପ୍ର):ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଫେରିଲେ ଝାଡ଼ଖଣ୍ଡ ହାତୀପଲ।୫ ଦିନ ରହିବା ଭିତରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ଆତଙ୍କ ଚଳାଉଥିଲେ।୫୫ଟିକିଆ ହାତୀପଲ ଶନିବାର ଦିନ ଭୋର ଆସି ଗୋପାଳପୁର, ଜଡ଼ିବାଲି, ତେରଲଡ଼ିହି, ହାତୀମୁଣ୍ଡା, ତୁଳସୀଡିହା ଅଞ୍ଚଳରେ ବ୍ୟାପକ ଉପଦ୍ରଵ କରି ଏକର ଏକର ଫସଲ ନଷ୍ଟ କରିଥିଲେ।
ସନ୍ଧ୍ୟାରେ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରିବା ପରେ ବନବିଭାଗ ବାଣ ଫୁଟାଇ ରକେଟ ମାଡ଼ କରିବା ସହ ଘଉଡା ଯାଇଥିଲା।ପରେ ହାତୀପଲ ପାଟଣା,କାଠପାଳ ଦେଇ ସୋନନଦୀ ପାର ହୋଇ ମୟୁରଭଞ୍ଜ ମୁହାଁଇଛନ୍ତି।