ନୂଆଦିଲ୍ଲୀ, ୧୫/୦୩ : ହୋଲିରେ ହିଂସାକାଣ୍ଡ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଜଳିଲା ଦୋକାନ ଏବଂ ଗାଡ଼ି ମୋଟର। ଅନେକ ଆହତ। ଶୁକ୍ରବାର ରାତିରେ ଝାଡ଼ଖଣ୍ଡର ଗିରିଡିହିରେ ଏଭଳି ଲଙ୍କାକାଣ୍ଡ ଘଟିଛି। କିଛି ଅସାମାଜିକ ତତ୍ତ୍ଵ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। 

ଗିରିଡିହ ଏସପିଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଘୋଡଥମ୍ଵାରେ ଏକ ସମୂହ ହୋଲି ଶୋଭାଯାତ୍ରା କରୁଥିଲେ। ଏହି ସମୟରେ କିଛି ଅସାମାଜିକ ତତ୍ତ୍ଵ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଦୁଇ ପକ୍ଷ ମଧ୍ୟରେ ପଥର ଫିଙ୍ଗା ଫୋପଡା ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ୩ଟି ଦୋକାନ ଏବଂ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଚହ୍ନଟ କରାଯାଉଛି। ଖୁବଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଏହି ଖବରଟିକୁ ପଢନ୍ତୁ-ରଙ୍ଗର ପର୍ବ ହୋଲିରେ ସବୁଠି ଉତ୍ସାହ; ଜମିଲାଣି ରଙ୍ଗ ଖେଳ... ମାତିଛନ୍ତି ପିଲାଠୁ ବୁଢା