ନୂଆଦିଲ୍ଲୀ ୦୬/୦୪: ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲରେ IED ବିସ୍ଫୋରଣ। ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣ। ଏଥିରେ କୋବ୍ରା ବାଟାଲିୟନର ଜଣେ ଯବାନ ଗୁରୁତର ହୋଇଛନ୍ତି। କ୍ରୋବା ଯବାନ ଅନୁଜଙ୍କ ଗୋଡ଼ ଛିଣ୍ଡି ଯାଇଛି। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଞ୍ଚି ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଏୟାରଲିଫ୍ଟି କରାଯାଇଛି।

ସୂଚନା ଅନୁଯାୟୀ, ଝାଡଖଣ୍ଡ ପଶ୍ଚିମ ସିଂହଭୂମର ଘଞ୍ଚ ସରଣ୍ଡା ଜଙ୍ଗଲରେ ନକ୍ସଲମାନଙ୍କ ଷଡ଼ଯନ୍ତ୍ର ପୁଣିଥରେ ସାମ୍ନାକୁ ଆସିଛି। ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବଳକୁ ଟାର୍ଗେଟ୍ କରି ଖଞ୍ଜାଯାଇଥିବା IED ବିସ୍ଫୋରଣ। ବ୍ଲାଷ୍ଟ୍ ଫଳରେ ଅନୁଜ କୁମାର କୋବ୍ରା ବାଟାଲିୟନ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅନୁଜଙ୍କ ଗୋଡ଼ ଛିଣ୍ଡି ଯାଇଛି। ସୁରକ୍ଷାବଳ ସେହି ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଚଳାଉଥିଲେ। ଏହି ସମୟରେ ଟିମ୍ ଆଗକୁ ବଢ଼ୁଥିବା ବେଳେ ପୂର୍ବରୁ ଲଗାଯାଇଥିବା IED ବିସ୍ଫୋରଣ ହୋଇଥିଲା। ଗୁରୁତର ଯବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ରାଞ୍ଚି ପଠାଯାଇଛି । ଟପ୍ ମାଓନେତା ମିସିର ବେସରା ବର୍ତ୍ତମାନ ଜଙ୍ଗଲରେ ଲୁଚି ରହିଛି। ତେଣୁ ଜଙ୍ଗଲରେ ଘେରାବନ୍ଧୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି।