ଭୁବନେଶ୍ବର, ୧୩।୧ : ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲା। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପକ୍ଷରୁ  ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଶେଷ । ଦାୟର ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଛନ୍ତି ଟଙ୍କଧର । ଆସନ୍ତା ୧୭ ରେ ଏହାର ପରବର୍ତ୍ତୀ ଶୁଣାଣି  ହେବ । 

ଝାରସୁଗୁଡା ନିର୍ବାଚନରେ ପୂର୍ବତନ ବିଧାୟିକା ଦୀପାଳି ଦାସ  ପରାଜୟ ପରେ ବିଧାୟକ ଟଙ୍କଧରଙ୍କ ବିରୁଦ୍ଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଛନ୍ତି । ଦାୟର ମାମଲାକୁ ଖାରଜ କରିବାକୁ ବିଧାୟକ ଟଙ୍କଧର ହାଇକୋର୍ଟରେ ଆବେଦନ କରିଛନ୍ତି ।