ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜିଓର ଦୀପାବଳି ଧମାକା, ମାତ୍ର ୬୯୯ ଟଙ୍କାରେ ମିଳିବ 'ଜିଓ ଭାରତ' ୪ଜି ଫୋନ୍

Published By : Gurupada Nath | October 26, 2024 7:45 PM

ଭୁବନେଶ୍ୱର,୨୬/୧୦ : ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦ ପ୍ରତିଶତ ହ୍ରାସ କରିଛି। ଏହି ସୀମିତ ସମୟ ଅଫରରେ, ୯୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍ ବର୍ତ୍ତମାନ ବଜାରରେ ୬୯୯ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ ହୋଇଛି। ଉଲ୍ଲେଖନୀୟ ଭାବେ ଜିଓଭାରତ ୪ଜି ଫୋନରେ ମାତ୍ର ୧୨୩ ଟଙ୍କାରେ ମାସିକ ରିଚାର୍ଜ ହୋଇପାରିବ, ଯେଉଁଥିରେ ଅସୀମିତ ମାଗଣା ଭଏସ୍ କଲ୍ ଏବଂ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ । ଜିଓ ଭାରତ ଫୋନର ୧୨୩ ଟଙ୍କା ମୂଲ୍ୟର ମାସିକ ରିଚାର୍ଜ ପ୍ଲାନ ଅନ୍ୟ ଅପରେଟରଙ୍କ ସର୍ବନିମ୍ନ ମାସିକ ରିଚାର୍ଜ ପ୍ଲାନ ତୁଳନାରେ ୪୦ପ୍ରତିଶତ ଶସ୍ତା ରହିଛି । କାରଣ ଅନ୍ୟ ନେଟୱାର୍କ ଗୁଡ଼ିକରେ ଫିଚର ଫୋନର ମାସିକ ରିଚାର୍ଜ ପାଇଁ ସର୍ବନିମ୍ନ ମୂଲ୍ୟ ୧୯୯ ଟଙ୍କା ରହିଛି, ଯାହା ଜିଓ ଅପେକ୍ଷା ୭୬ ଟଙ୍କା ଅଧିକ । ଏହାର ଅର୍ଥ ହେଉଛି ଯଦି ଜିଓଭାରତ ଗ୍ରାହକ ପ୍ରତ୍ୟେକ ରିଚାର୍ଜରେ ମାସିକ ୭୬ ଟଙ୍କା ସଞ୍ଚୟ କରନ୍ତି, ତେବେ ମାତ୍ର ୯ ମାସ ମଧ୍ୟରେ ପୁରା ଫୋନ ମୂଲ୍ୟର ସଞ୍ଚୟ ହେବ। ଗୋଟିଏ ପ୍ରକାରରେ, ୯ ମାସର ରିଚାର୍ଜ ପରେ ଜିଓଭାରତ ୪ଜି ଫୋନ୍ ଗ୍ରାହକଙ୍କ ପାଇଁ ଏକପ୍ରକାର ମାଗଣା ହେବ।

ଜିଓ ଭାରତ ୪ଜି ଫୋନ କେବଳ ଏକ ଫୋନ୍ ନୁହେଁ, ୨ଜିରୁ ୪ଜିକୁ ଉନ୍ନୀତ ହେବାର ଏକ ଅନନ୍ୟ ସୁଯୋଗ। ଏଥି ସହିତ ୪୫୫ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଚଳଚ୍ଚିତ୍ର ପ୍ରିମିୟର୍ ଏବଂ ନୂତନ ଚଳଚ୍ଚିତ୍ର, ଭିଡିଓ ସୋ, ଲାଇଭ୍ ସ୍ପୋର୍ଟସ୍ ପ୍ରୋଗ୍ରାମ, ଜିଓ ସିନେମା ହାଇଲାଇଟ୍ସ , ଡିଜିଟାଲ୍ ପେମେଣ୍ଟ, କ୍ୟୁଆର କୋଡ୍ ସ୍କାନ୍ ଭଳି ଅନେକ ସୁବିଧା ଜିଓ ଭାରତ ୪ଜି ଫୋନରେ ଉପଲବ୍ଧ ରହିଛି । ଏହି ଫୋନରେ ଜିଓ ପେ ଏବଂ ଜିଓ ଚାଟ ଭଳି ପୂର୍ବରୁ ଲୋଡ଼ ହୋଇଥିବା ଆପ୍ ମଧ୍ୟ ଉପଲବ୍ଧ ହେବ। ନିକଟସ୍ଥ ଷ୍ଟୋର ତଥା ଜିଓମାର୍ଟ କିମ୍ବା ଆମାଜନରୁ ଏହି ସୀମିତ ସମୟ ଅଫର ରହିଥିବା ଜିଓଭାରତ ଫୋନ କିଣାଯାଇପାରିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.