ପ୍ରୟାଗରାଜ: ରିଲାଏନ୍ସ ଜିଓର ୫ଜି ନେଟୱାର୍କ ମହାକୁମ୍ଭରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ଜ୍ଝ ମହାକୁମ୍ଭରେ ସାହି ସ୍ନାନ ଦିନ, ଜିଓର ୫ଜି ନେଟୱାର୍କରେ ୨ କୋଟିରୁ ଅଧିକ କଲ କରାଯାଇଥିଲା ଏବଂ ୪୦ କୋଟି ଥର ନେଟ ସର୍ଫିଂ କରାଯାଇଥିଲା । ଅର୍ଥାତ ଜିଓର ୫ଜି ନେଟୱାର୍କ ମହାକୁମ୍ଭରେ ଗୋଟିଏ ଦିନରେ ୪୦ କୋଟି ଥରରୁ ଅଧିକ ଡାଟା ସଂଯୋଗ ଅନୁରୋଧ ଗ୍ରହଣ କରିଛି । ବିଶ୍ୱରେ ଏହା ପ୍ରଥମ ଥର ଯେ ଏତେ ସଂଖ୍ୟକ ଲୋକ ଏକ ଛୋଟ ଅଞ୍ଚଳରେ କୌଣସି ଏକ ନେଟୱାର୍କ ବ୍ୟବହାର କରିଛନ୍ତି । ଏହି ସଂଖ୍ୟା କେବଳ ଜିଓ ୫ଜି ନେଟୱାର୍କ ବ୍ୟବହାର କରିଥିବା ଉପଭୋକ୍ତାଙ୍କର ଏବଂ ଏଥିରେ ଜିଓର ୪ଜି ନେଟୱାର୍କ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ  । ଜିଓର ୫ଜି ନେଟୱାର୍କ ଏରିକ୍ସନ୍‌ ଉପକରଣରେ ଚାଲିଥାଏ ।

ସୂଚନାଯୋଗ୍ୟ ଯେ ମହାକୁମ୍ଭ ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଯେଉଁଥିରେ ୬୬ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଏହି ଅବଧି ମଧ୍ୟରେ ବାରାଣାସୀ ଏବଂ ଅଯୋଧ୍ୟାରେ ମଧ୍ୟ ଅଭୂତପୂର୍ବ ଡାଟା ଟ୍ରାଫିକ୍‌ ଅଭିବୃଦ୍ଧି ଦେଖାଯାଇଥିଲା । ବିପୁଳ ଜନ ସମାଗମକୁ ଧ୍ୟାନରେ ରଖି ଜିଓ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ନେଟୱାର୍କ ସ୍ଲାଇସିଂ, ୭୦୦ ମେଗାହର୍ଜ ବ୍ୟାଣ୍ଡରେ କ୍ୟାରିଅର୍‌ ଏଗ୍ରିଗେସନ୍‌, ଭଏସ୍‌ ଓଭର ଏନଆର (୫ଜି ଭଏସ୍‌) ଏବଂ ଏଲଟିଇରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମର ନିୟୋଜନ ପରି ପଦକ୍ଷେପ ନିଆଯାଇଥିଲା । ନିରବଛିନ୍ନ ଯୋଗାଯୋଗ ସଂଯୋଗ ଜାରି ରଖିବା ପାଇଁ ପାଞ୍ଚଟି ୱାର ରୁମ ସୃଷ୍ଟି କରାଯାଇଥିଲା, ଯାହା ମାଧ୍ୟମରେ ନେଟୱାର୍କ ଉପରେ ନିରନ୍ତର ନଜର ରଖାଯାଉଥିଲା।

ଏରିକ୍ସନରେ ରିଲାଏନ୍ସ ଜିଓ ଗ୍ରାହକ ୟୁନିଟ୍‌ ମୁଖ୍ୟ ବିଜୟ ଶର୍ମା କହିଛନ୍ତି ଯେ,“ମହାକୁମ୍ଭ ଅବସରରେ ଜିଓ ସହିତ ସହଭାଗିତାରେ ଆହ୍ୱାନମୂଳକ ପରିସ୍ଥିତିରେ ମଧ୍ୟ ଉତ୍ତମ ଗ୍ରାହକ ସେବା ଯୋଗାଇଥିବାରୁ ଆମେ ଗର୍ବିତ । ଏରିକ୍ସନ୍‌ ଏବଂ ଜିଓ ମଧ୍ୟରେ ସହଭାଗୀତା ହେଉଛି ନବସୃଜନ ଏବଂ ଉତ୍ତମ ଯୋଜନାର ଏକ ପ୍ରକୃଷ୍ଟ ଉଦାହରଣ । ଜିଓ ଟ୍ରୁ ୫ଜି ଷ୍ଟାଣ୍ଡାଲୋନ୍‌ (ଏସଏ) ନେଟୱାର୍କ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବ ବୃହତ ଆଧ୍ୟାତ୍ମିକ ସମାଗମ ଆୟୋଜନ ମହାକୁମ୍ଭ ୨୦୨୫ ରେ କୋଟି କୋଟି ଶ୍ରଦ୍ଧାଳୁ ମାନଙ୍କୁ ଶ୍ରେଷ୍ଠ ଗ୍ରାହକ ଅନୁଭୂତି ପ୍ରଦାନ କରିଛି।

.