ନୂଆଦିଲ୍ଲୀ ୧୮/୦୪: ରିଲାଏନ୍ସ ଜିଓ ପ୍ରାଥମିକ ପବ୍ଲିକ ଅଫରିଂ ଆଇପିଓ ଲାଗି ମେ ମାସରେ ଡ୍ରାଫ୍ଟ ପେପର ଜାର କରିପାରେ। ମାର୍ଚ୍ଚ ଶେଷ ସୁଦ୍ଧା ଏହି ପେପର ଜାରି କରିବା ଲାଗି ଲକ୍ଷ୍ୟ ରଖିଥିଲା ଜିଓ। ଇରାନ ଯୁଦ୍ଧ ଯୋଗୁ ବଜାରରେ ଆସୁଥିବା ହ୍ରାସ ଫଳରେ ଏହି ସମୟ ସୀମାକୁ ବଢ଼ାଇଛି କମ୍ପାନି। ଏହା ଦେଶର ସବୁଠାରୁ ବଡ଼ ଆଇପିଓ ବୋଲି କୁହାଯାଉଛି।
ନିବେଶ ବ୍ୟାଙ୍କ ଜେଫ୍ରିଜ ଗତ ବର୍ଷ ନଭେମ୍ବରରେ ଜିଓର ଭାଲ୍ୟୁଏସନକୁ ୧୮୦ ବିଲିୟନ ଡଲାର ବା ୧୮ ଲକ୍ଷ କୋଟି ଟଙ୍କା ଆକଳନ କରିଥିଲା। ଏହି ଭାଲ୍ୟୁଏସନ ହିସାବରେ ୨.୫ ୫ ଅଂଶ ବିକ୍ରି ହିସାବରେ ଜିଓ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆକୁ ପଛରେ ପକାଇ ଦେଇଛି। ଗତ ୭ ବର୍ଷରେ କମ୍ପାନି କେକେଆର୍, ସିଲଭର୍ଲେକ ଏବଂ ଗୁଗଲ ଭଳି କମ୍ପାନି ନିବେଶକଙ୍କଠାରୁ ପାଣ୍ଠି ଉଠାଣ କରିଛି। ଏହି ଆଇପିଓ ଜିରିଆରେ ବିଭିନ୍ନ ବିଦେଶୀ ନିବେଶକ ସେମାନଙ୍କ ଅଂଶଧନ ବ୍ରିକି କରି ଲାଭ କମାଇବା ସହ ବାହାରି ପାରନ୍ତି ବୋଲି ଅନୁମାନ କରାଯାଉଛି। ଆଇପିଓ ପରିଚାଳନା କରିବା ଲାଗି ୧୯ ବ୍ୟାଙ୍କକୁ ଦାୟିତ୍ବ ଦିଆଯାଇଛି। ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ସହ ମୁକାବିଳା ଏବଂ ଏଆଇ ଉପରେ ଫୋକସ କରିଛି କମ୍ପାନି।