ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଲେ ଯୋଡ଼ାର ଗୋଲଡେନ ଗାର୍ଲ ମନୀଷା

Published By : Gurupada Nath | June 17, 2025 5:26 PM

କେନ୍ଦୁଝର, ୧୭/୬ : କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଗୋଲଡେନ ଗାର୍ଲ ମନୀଷା ନାଏକ ଅଷ୍ଟ୍ରେଲିଆଠାରେ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ୍ କ୍ୱାଲିଫାଏର ଟୁର୍ଣ୍ଣାମେଣ୍ଟ ପାଇଁ ୨୪ଜଣିଆ ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇ କେନ୍ଦୁଝର ଜିଲ୍ଲା ସହ ସମଗ୍ର ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି l ଏହି କ୍ୱାଲିଫାଏର ଟୁର୍ଣ୍ଣାମେଣ୍ଟ ଜୁନ୍ ୨୨ରୁ ଜୁଲାଇ ୫ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l 

ଗ୍ରାମାଞ୍ଚଳର ଲୁକ୍କାୟିତ ଏହି କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ ଫୁଟବଲ୍ କୋଚ ବାଦଲ ମହାକୁଡ଼ ତାଙ୍କୁ ପ୍ରଥମେ ୨୦୧୫ମସିହାରେ ଟିଏସଏଫକୁ ଆଣି ଫୁଟବଲ୍ ଖେଳ ପ୍ରଶିକ୍ଷଣ ଦେଇଥିଲେ l ପରେ ସେ ନିଜର ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ନିଜର ଖେଳରେ ବହୁତ କିଛି ଉନ୍ନତି ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ୨୦୧୬ରେ ସୁନ୍ଦରଗଡ଼ରେ ଅବସ୍ଥିତ ରାଜ୍ୟ କ୍ରୀଡ଼ା ଛାତ୍ରବାସରେ ଯୋଗଦାନ କରି ନିଜର ଫୁଟବଲ ଖେଳ ଜାରି ରଖି ନିଜର ଖେଳ କୌଶଳରେ ଅନେକଟା ଉନ୍ନତି ଆଣିବା ସହ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l 

ଭାରତୀୟ ଫୁଟବଲ ବ୍ଲୁ ଟାଇଗ୍ରେସେସର ମୁଖ୍ୟ କୋଚ୍ କ୍ରିସପିନ ଛେତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୪ ଜଣିଆ ଭାରତୀୟ ମହିଳା ଫୁଟବଲ ଦଳରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ମନୀଷା ଜଣେ ପୁରୋଭାଗ ଖେଳାଳି ଭାବେ ସ୍ଥାନ ପାଇବା ସହ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରୁଥିବା ଖବର ପ୍ରଚାର ହେବା ସଙ୍ଗେ ସଙ୍ଗେ ଯୋଡ଼ା ଏବଂ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି l ପ୍ରକାଶ ଯେ, ତୃଣମୂଳ ସ୍ତରରୁ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଯୋଡ଼ା ଟିଏସଏଫର ମନୀଷା ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଥିବାରୁ ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି l ଗୋଲଡେନ ଗାର୍ଲ ମନୀଷାଙ୍କ ଏହି ବିରାଟ ସଫଳତା ପରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l 

ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇବାର ସ୍ବପ୍ନ ଆଜି ବାସ୍ତବ ରୂପରେଖ ନେଇଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ଫୁଟବଲ କୋଚ ବାଦଲ ମହାକୁଢ଼ ମନୀଷାଙ୍କ ଉତ୍ତୋରାତ୍ତର ଉନ୍ନତି ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.