ଜହ୍ନlପଙ୍କ, ୨୮।୭:ବୌଦ୍ଧ ବ୍ଲକ ଟିକରପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରିଥିଲେ l
ଉକ୍ତ ଶିବିରକୁ ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନ ସାଧାରଣ ନିଜ ନିଜ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଆସିଥିବା ଦେଖିବାକୁ ମିଳିଛି l ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ଏବିଡ଼ିଓ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ସମାଧାନରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ପିଇଓ ହିମାଂଶୁ ପ୍ରଧାନ, ସରପଞ୍ଚ ଝରଣା ଜାନି ସହଯୋଗ କରିଥିଲେ।