ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ

Published By : Harapriya Sethi | November 13, 2024 9:06 AM

କାମାକ୍ଷାନଗର,୧୩/୧୧: ଆମ୍ବପଳାସ ଗାଁରେ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ମାଇନିଂ ଟିମର ବଡ଼ ଧରଣର ଚଢାଉ । ଏହି ଚଢାଉରେ ୧୪ଟି ବାଇକ, ଗୋଟିଏ ସ୍କର୍ପିଓ ଏବଂ ୧୪ ଟନ କୋଇଲା ଜବତ କରାଯାଇଛି । ଏହା ସହ ପ୍ରାୟ ୩ ହଜାର ଲିଟର ଦେଶୀ ମଦ ଏବଂ ମଦ ତିଆର ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଅରୁଣ ମହାପାତ୍ର ଏବଂ କାର୍ତ୍ତିକ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଆମ୍ବପଳାସ ଗାଁରେ କିଛି ଲୋକ ଦୀର୍ଘ ସମୟ ଧରି କୋଇଲା ଚୋରି କରିବା ସହ ଦେଶୀ ମଦ ମଧ୍ୟ ପ୍ରସ୍ତୁତ କରୁଥିଲେ । ଏନେଇ ଏକ ବିଶେଷ ସୂତ୍ରକୁ ଖବର ପାଇଥିଲା ପୋଲିସ । ଖବର ପାଇ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ମାଇନିଂ ଟିମ୍‌ ମିଶି ଉକ୍ତ ଗାଁରେ ଚଢାଉ କରିଥିଲା । ଦେଶୀ ମଦର ଭୂସ୍ବର୍ଗ ପାଲଟିଥିବା ଆମ୍ବପଳାସ ଗାଁରେ ଚଢାଉ କରି ପ୍ରାୟ ୩ ହଜାର ଲିଟର ଦେଶୀ ମଦ ଏବଂ ମଦ ତିଆର ସାମଗ୍ରୀ ମଧ୍ୟ ଜବତ କରାଯାଇଛି । କେବଳ ସେତିକି ନୁହେଁ, ୧୪ଟି ବାଇକ, ଗୋଟିଏ ସ୍କର୍ପିଓ ଏବଂ ୧୪ ଟନ କୋଇଲା ମଧ୍ୟ ଜବତ ହୋଇଛି । ଏହି ଚଢାଉରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ କିଛି ମଦ ମାଫିଆ ଘଟଣାସ୍ଥଳରୁ ଖସି ପଳାଇଛନ୍ତି । ସେମାନଙ୍କୁ ଚିହ୍ନଟ କରିଛି ଅବକାରୀ ପୋଲିସ । ଯାହାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.