ବାଲେଶ୍ୱର ୦୬/୦୮: ୩୭ ବର୍ଷରେ ପାଦ ଥାପିଛନ୍ତି ଜଲିଉଡ଼ ବ୍ୟାଡ଼ ବୟ। ମଙ୍ଗଳବାର କଟକ ସ୍ଥିତ ନିଜ ଘର ନିକଟ ଏକ ମଣ୍ଡପରେ ବନ୍ଧୁ ବାନ୍ଧବ ଓ ସାଥି କଳାକାରଙ୍କ ସହ ଧୁମ୍ଧାମ୍ରେ ବାର୍ଥଡେ ପାଳିଛନ୍ତି ପୀୟୂଷ ତ୍ରିପାଠୀ। ଜନ୍ମ ଦିନ ସେଲିବ୍ରେସନ କରିବା ସହ ଚାରି ଚାରିଟା କେକ୍ କାଟି ସାଙ୍ଗସାଥିଙ୍କୁ ଖୁଆଇଛନ୍ତି। ଓଲିଉଡ଼ ଗୀତରେ ଧୁମ୍ ନାଚିଛନ୍ତି ।
ପୀୟୁଷ ତ୍ରିପାଠୀ, ଯାତ୍ରା ଜଗତରେ ଜଣେ ଚର୍ଚ୍ଚିତ ଚେହେରା । ଖୁବ କମ୍ ସମୟ ମଧ୍ୟରେ ଘରେ ଘରେ ପରିଚିତ ହୋଇଥିବା ନାଁ । ହିରୋ ଲୁକ୍ରେ ବ୍ୟାଡ୍ ବୟର ରୋଲ ପ୍ଲେ କରୁଥିବା ଅଭିନେତା ଜଣଙ୍କ ପୂରା ଓଡ଼ିଶାରେ ଫେମସ୍ ।
ପୀୟୁଷଙ୍କ ବଡ଼ ଭଉଣୀ କହିଥିଲେ ଯେ, ଯାହାକୁ ଆଜି ଓଡ଼ିଶାବାସୀ ପୀୟୂଷ ବୋଲି ଜାଣନ୍ତି ତାର ଭଲ ନାମ ହରିଶଙ୍କର ତ୍ରିପାଠୀ ଆଉ, ଘରେ ଆମେ ତାକୁ ସ୍ନେହରେ ଚନ୍ଦନ ବୋଲି ଡାକିଥାଉ। ରାକ୍ଷୀରେ ପୀୟୂଷ ଆମକୁ ଗିଫ୍ ଦିଏ ନାହିଁ ବରଂ ବଡ଼ ଭଉଣୀଭାବେ ଆମେ ତାକୁ ଗିଫ୍ ଦେବା ସହ ଆର୍ଶିବାଦ ଦେଇଥାଉ। ଭଲ ହେଇଛି ସେ ପୁଲିସ କ୍ୟାରିୟରକୁ ଛାଡ଼ି ଯାତ୍ରାକୁ ବାଛି ଥିଲା। ଫଳରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ମନରେ ଜଳିଉଡ଼ର ବ୍ୟାଡ୍ ବୟ ଭାବେ ପରିଚିତ ହୋଇପାରିଛନ୍ତି।