ନୂଆଦିଲ୍ଲୀ ୦୪/୦୮: ଟିଭିରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ମୌନି ରାୟ ପରବର୍ତ୍ତୀ ସମୟରେ ବଲିଉଡ୍ରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ମୌନିଙ୍କୁ ଆଗକୁ ଏକ ଦକ୍ଷିଣ ଭାରତୀୟ ଫିଲ୍ମରେ ଦେଖିବାକୁ ମିଳିବ । ସାଉଥ୍ ମେଗାଷ୍ଟାର ଚିରଞ୍ଜିବୀଙ୍କ ମୋଷ୍ଟ ୱାଣ୍ଟେଡ୍ ଫିଲ୍ମ ‘ବିଶ୍ୱମ୍ଭରା’ରେ ସେ ଆଇଟମ୍ ଗୀତରେ ନଜର ଆସିବେ । ନିକଟରେ ମୌନି ଗୀତର ସୁଟିଂ ଶେଷ ବି କରିଛନ୍ତି । ତେବେ ସେହି ଗୋଟିଏ ଗୀତ ଲାଗି ମୌନି ପ୍ରାୟ ୫୦ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥିବା କୁହାଯାଉଛି ।
ଗୀତର ଅବଧି ହେଉଛି ୪ ମିନିଟ୍ । ପୂର୍ବରୁ ସେହି ଗୀତ ଦୃଶ୍ୟରେ ନିର୍ମାତାମାନେ ଅଭିନେତ୍ରୀ କରୀନା କପୁରଙ୍କୁ ନେବାକୁ ଚାହୁଁଥିଲେ । କରୀନାଙ୍କ ସହିତ ସେମାନେ ଯୋଗାଯୋଗ ମଧ୍ୟ କରିଥିଲେ । କିନ୍ତୁ କରୀନା ଏଥିପାଇଁ ଯେଉଁ ମୋଟାଅଙ୍କର ପାରିଶ୍ରମିକ ଡିମାଣ୍ଡ କରିଥିଲେ ତାହା ନିର୍ମାତାମାନଙ୍କୁ ସୁହାଇନଥିଲା । ଏହାପରେ ସେମାନେ ମୌନିଙ୍କୁ ନେବାକୁ ଚିନ୍ତା କରିଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ମୌନିଙ୍କୁ ଏହି ଫିଲ୍ମ ବ୍ୟତୀତ ‘ହୈ ଜୱାନୀ ତୋ ଇସ୍କ ହୋ ନା ହୈ’ରେ ଦେଖିବାକୁ ମିଳିବ ।