ମୁମ୍ବାଇ,୦୫/୦୮:ପୁଣି ପଦାରେ ନିଜର ଜଲଓ୍ବା ଦେଖାଇବାକୁ ଯାଉଛନ୍ତି ଦେଶୀଗାର୍ଲ । ଖୁବଶୀଘ୍ର ପରଦାକୁ ଫେରିବେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲିଙ୍କ ଚଳଚ୍ଚିତ୍ରରେ ତାଙ୍କର ଅଭିନୟର ଯାଦୁ ଦେଖାଇବେ । ବହୁ ପ୍ରତୀକ୍ଷିତ ଫିଲ୍ମ 'ଲଭ୍ ଆଣ୍ଡ୍ ୱାର୍'ରେ ନଜର ଆସିପାରନ୍ତି ପ୍ରିୟଙ୍କା । ୬ ବର୍ଷ ପରେ ବଲିଉଡକୁ କମ୍ବ୍ୟାକ୍ ଖବର ଶୁଣି ଫ୍ୟାନ୍ସ ଫିଲ୍ମକୁ ଉତ୍ସାହର ସହ କରିଛନ୍ତି ଅପେକ୍ଷା ।
ଏହି ଫିଲ୍ମରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ । ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭନସାଲିଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି। ଭନସାଲିଙ୍କ ଫିଲ୍ମ 'ଲଭ୍ ଆଣ୍ଡ୍ ୱାର୍'ରେ ରଣବୀର କପୁର, ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ଭଳି ବଡ଼ ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ନିର୍ମିତ ହେବାକୁ ଯାଉଛି । ପୂର୍ବରୁ ପ୍ରିୟଙ୍କା ଭଂସାଲୀଙ୍କ ପାଇଁ 'ରାମ ଚାହେ ଲୀଲା'ରେ ତାଙ୍କର ଚମତ୍କାର ଅଭିନୟ ଦେଖାଇଥିଲେ । ଆଉ ଏହି ଗୀତଟି ବ୍ଲକବଷ୍ଟର ମଧ୍ୟ ହୋଇଥିଲା । ପ୍ରକାଶ ଥାଉକି, ଅଭିନେତ୍ରୀଙ୍କୁ ଶେଷଥର ପାଇଁ ବଲିଉଡ୍ ଚଳଚ୍ଚିତ୍ର 'ଦି ସ୍କାଏ ଇଜ୍ ପିଙ୍କ୍'ରେ ଦେଖିବାକୁ ମିଳିଥିଲା ।