ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେଲେ ବଟଲର୍‌

Published By : Tapas Panda | February 28, 2025 11:03 PM

Image Courtesy: espncricinfo

ନୂଆଦିଲ୍ଲୀ: ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜସ୍‌ ବଟଲର । ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ କହିଛନ୍ତି, ଏହି ନିଷ୍ପତ୍ତି ଟିମ୍ ଓ ମୋ ପାଇଁ ଏହା ହିଁ ଭଲ । ଅନ୍ୟ କେହି ଆସିବେ, କୋଚ୍ ମ୍ୟାକଲମଙ୍କ ସହ ଦାୟିତ୍ୱ ସମ୍ଭାଳିବେ ଏବଂ ଟିମ୍‌କୁ ସେହି ସ୍ଥାନକୁ ନେଇ ଯିବେ, ଯେଉଁଠି ରହିବା ଦରକାର । ଆଫଗାନିସ୍ତାନ ଠାରୁ ପରାସ୍ତ ହୋଇ ଇଂଲଣ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ବିଦା ହେବା ପରେ ବଟ୍‌ଲର୍‌ ନିଜର ଇସ୍ତଫା ଘୋଷଣା କରିଛନ୍ତି । 

ବଟଲର କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ମୋ କ୍ୟାପ୍ଟେନ୍ସି ପାଇଁ ଅଧିକ ଗୁରୁତ୍ୱ ରଖୁଥିଲା । କିନ୍ତୁ ପରିଣାମ ଆମ ସପକ୍ଷରେ ଗଲା ନାହିଁ । ଏଥିପାଇଁ କ୍ୟାପ୍ଟେନ୍ସି ଛାଡ଼ିବାର ଏହା ହିଁ ଉପଯୁକ୍ତ ସମୟ ବୋଲି ମୁଁ ଅନୁଭବ କରୁଛି । ଜସ୍‌ ବଟ୍‌ଲର୍‌ ୨୦୨୨ ଜୁନ୍‌ରେ ମର୍ଗାନଙ୍କ ପରେ ଇଂଲଣ୍ଡର କ୍ୟାପ୍ଟେନ ହୋଇଥିଲେ । ତେବେ କ୍ୟାପ୍ଟେନ ଭାବେ ସେ ଅଧିକ ସଫଳ ହୋଇପାରିନାହାନ୍ତି । ଇଂଲଣ୍ଡ ପାଇଁ ୩୪ଟି ମ୍ୟାଚ୍‌ରେ ସେ କ୍ୟାପ୍ଟେନ୍ସି କରିଥିବା ବେଳେ ୨୨ଟିରେ ପରାଜିତ ହୋଇଛନ୍ତି ।

ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ପରାଜିତ ହୋଇଥିଲା ଇଂଲଣ୍ଡ । ଏହାପରେ ଲାହୋରରେ ଆଫଗାନିସ୍ତାନ ବିପକ୍ଷରେ ବି ଇଂଲଣ୍ଡ ଶୋଚନୀୟ ଭାବେ ପାରଜିତ ହୋଇଥିଲା । ଏହା ବଟ୍‌ଲର୍‌ଙ୍କ ନେତୃତ୍ୱରେ ଲଗାତାର ସପ୍ତମ ପରାଜୟ ଥିଲା । ଏହା ପୂର୍ବରୁ ଭାରତ ଗସ୍ତରେ ଆସି ଇଂଲଣ୍ଡ ୩-୦ରେ ପରାଜିତ ହୋଇଥିଲା । ସେହିପରି ଟି-୨୦ ସିରିଜକୁ ୪-୧ରେ ହାରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.