ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଓ୍ବାକଫ୍ ସଂଶୋଧନ ବିଲ୍‌ ଉପରେ ଜେପିସିର ମୋହର: ବିରୋଧିଙ୍କ ହଙ୍ଗାମା, କହିଲେ- ଲୋକତନ୍ତ୍ରର କଳାଦିନ

Published By : Harapriya Biswal | January 29, 2025 7:59 PM

ନୂଆଦିଲ୍ଲୀ,୨୯।୧: ସଂସଦର ଜଏଣ୍ଟ ପାର୍ଲାମେଣ୍ଟରୀ କମିଟି(ଜେପିସି) ଓ୍ବାକଫ୍ (ସଂଶୋଧନ) ବିଲ୍ ଡ୍ରାଫ୍ଟ ରିପୋର୍ଟ ଓ ସଂଶୋଧିତ ବିଲ୍‌କୁ ବୁଧବାର ବହୁମତରେ ମଞ୍ଜୁରୀ  ପ୍ରଦାନ କରିଛି। କମିଟିର ଅଧ୍ୟକ୍ଷ ଓ ବିଜେପି ସାଂସଦ ଜଗଦମ୍ବିକା ପାଲ୍‌ ଗଣମାଧ୍ୟମକୁ କହିଛନ୍ତି, ବିରୋଧି ସାଂସଦଙ୍କୁ ଅସହମତି ପତ୍ର(ଡିସେଣ୍ଟ ନୋଟ୍) ଜମା କରିବାର ପାଇଁ ଅପରାହ୍ନ ୪ଟାର ସମୟ ଦିଆଯାଇଥିଲା। ଏହି ନିଷ୍ପତ୍ତି ଦ୍ବାରା ବିରୋଧି ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ କମିଟି ଏନ୍‌ଡିଏ ସାଂସଦଙ୍କ ସବୁ ସଂଶୋଧନକୁ ମଞ୍ଜୁର କରିନେଇଛି। ସେଭଳି କଂଗ୍ରେସ, ଏଆଇଏମ୍ଆଇଏମ୍, ଟିଏମ୍‌ସି,ଶିବସେନା(ଉଦ୍ଧବ ଗୋଷ୍ଠୀ) ଓ ବାମ ଦଳର ପରାମର୍ଶକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଦେଇଛି। ବିରୋଧି ଦଳର କହିବା ଅନୁସାରେ, ମଙ୍ଗଳବାର ସାଂସଦଙ୍କୁ ୬୦୦ରୁ ଅଧିକ ପୃଷ୍ଟାର ଡ୍ରାଫ୍ଟ ରିପୋର୍ଟ ଦିଆଯାଇଥିଲା। ଏହାକୁ ପଢି ନିଜର ଆପତ୍ତି ପ୍ରକାଶ କରିବା ପାଇଁ ଅସମ୍ଭବ ଥିଲା।

ସଂସଦ ମିଳିତ କମିଟି(ଜେପିସି) ଓ୍ବାକଫ୍(ସଂଶୋଧନ) ବିଲ୍ ୨୦୨୪ର ଡ୍ରାଫ୍ଟ ରିପୋର୍ଟ ଓ ସଂଶୋଧିତ ବିଲ୍‌କୁ ବୁଧବାର ବହୁମତରେ ମଞ୍ଜୁରୀ ଦେଇଛନ୍ତି। କମିଟିର ଅଧ୍ୟକ୍ଷ ଓ ବିଜେପି ସାଂସଦ ଜଗଦମ୍ବିକା ପାଲ୍‌ ଗଣମାଧ୍ୟମକୁ କହିଛନ୍ତି, ବିରୋଧି ସାଂସଦଙ୍କୁ ଅସହମତି ପତ୍ର(ଡିସେଣ୍ଟ ନୋଟ୍) ଜମା କରିବା ପାଇଁ ସନ୍ଧ୍ୟା ୪ଟା ବେଳ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏହି ନିଷ୍ପତ୍ତିରେ ବିରୋଧି ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି, କାରଣ କମିଟି ଏନ୍‌ଡିଏ ସାଂସଦଙ୍କ ସବୁ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ସେଭଳି କଂଗ୍ରେସ, ଏଆଇଏମ୍ଆଇଏମ୍, ଟିଏମ୍‌ସି, ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ ବାମ ଦଳର ପରାମର୍ଶକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରି ଦିଆଯାଇଛି। ବିରୋଧି ଦଳର କହିବା ଅନୁସାରେ ମଙ୍ଗଳବାର ସାଂସଦଙ୍କୁ ୬୦୦ରୁ ଅଧିକ ପୃଷ୍ଠାର ଡ୍ରାଫ୍ଟ ରିପୋର୍ଟ ଦିଆଯାଇଥିଲା। ଏହାକୁ ପଢି ନିଜର ଆପତ୍ତି ପ୍ରକାଶ କରିବା ପ୍ରାୟ କଷ୍ଟକର ଥିଲା।

ଶିବସେନା(ଉଦ୍ଧବ ଗୋଷ୍ଠୀ)ର ସାଂସଦ ଅରବିନ୍ଦ ସାଓ୍ବନ୍ତ କହିଛନ୍ତି, ମୁଁ ଅସହମତି ପତ୍ର ଜମା କରିଥିଲି, କାରଣ ଏହି ବିଲ୍‌କୁ ନେଇ ଭ୍ରମ ସୃଷ୍ଟି କରାଯାଉଛି। ଏହାକୁ ନ୍ୟାୟ ନୁହେଁ, ବଂର ରାଜନୈତିକଙ୍କ ଲକ୍ଷ୍ୟକୁ ଆଗକୁ ବଢାଯାଉଛି। ଏପରିକି ସମ୍ବିଧାନକୁ ମଧ୍ୟ  ଅଣଦେଖା କରାଯାଉଛି। ଯେବେଠାରୁ ଓ୍ବାକଫ୍ ବୋର୍ଡ ଅଣ-ମୁସଲିମ୍‌ଙ୍କୁ ସାମିଲ କରିବାର କଥା କରନ୍ତି। ଏହାଦ୍ବାରା ଭବିଷ୍ୟତ ରେ ମନ୍ଦିରର ପରିଚାଳନା ଉପରେ ପ୍ରଭାବ ପଡିପାରେ।’ ଏଆଇଏମ୍ଆଇଏମ୍‌ ମୁଖ୍ୟ ଅସଦୁଦ୍ଧିନ୍ ଓଓ୍ବେସୀ କହିଛନ୍ତି, ଯାହା  ସଂଶୋଧନ କରାଯାଇଛି ।ତାହା ଓ୍ବାକଫ୍ ବୋର୍ଡର ହିତରେ ନୁହେଁ, ବଂର ଏହାକୁ ଶେଷ କରିଦେବ।’ ବିରୋଧି  ଦଳ ଏହି ପୁରା ଘଟଣାକ୍ରମକୁ ଲୋକତନ୍ତ୍ରର  ହତ୍ୟାବୋଲି କହିବା ସହ କହିଛି ଜେପିସି ପକ୍ରିୟା ଏକତରଫା। ଏହା ଲୋକତନ୍ତ୍ର  ପାଇଁ କଳାଦିନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.